୧୧୯-୧୨୨ ନଂ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

୧୧୯-୧୨୨ ନଂ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଆଉ ୩ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ତେବେ ଗତକାଲି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର। ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ମଧୁସୂଦନ ନଗରର। ଅନ୍ୟ ୩ ଜଣ ଆକ୍ରାନ୍ତ କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ସେମାନେ କୋଲକାତାରୁ ଫେରିଥିବା ଜଣାଯାଇଛି।

ସେଥିମଧ୍ୟରୁ ୧୧୯ ନମ୍ୱର ଆକ୍ରାନ୍ତ ହେଉଛନ୍ତି ୧୮ ବର୍ଷୀୟା ଯୁବତୀ। ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବ୍ଲକ ବୁଡ଼ିଜାମ୍ ଗାଁରେ। ସେ କୋଲକାତାର ବଡ଼ବଜାର ଗସ୍ତ କରିଥିଲେ। ଏହାସହ ସେ କିଛି ଯାତ୍ରୀଙ୍କ ସହ ଏକ ଭଡ଼ା ଗାଡ଼ିରେ ଘରକୁ ଫେରିଥିଲେ। ଏପ୍ରିଲରୁ ୨୩ରୁ ୨୯ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ ଥିଲେ। ୨୯ରେ ପଜିଟିଭ୍ ସ୍ପଷ୍ଟ ହେବା ପରେ ରାଉରକେଲା ହାଇଟେକ୍ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ସେହିପରି ୧୨୦ ନଂ ଆକ୍ରାନ୍ତ ଭୁବନେଶ୍ୱରସ୍ଥିତ ମଧୁସୂଦନ ନଗରର। ସେ ପୂର୍ବରୁ ଚିହ୍ନଟ ହୋଇଥିବା ୪୧ ନଂ ପଜିଟିଭଙ୍କ ନିକଟ ସଂପର୍କୀୟ। ତାଙ୍କ ବୟସ ୭୭ ବର୍ଷ। ସେ ୨୨ ମାର୍ଚ୍ଚରୁ ଲକ୍‌ଡାଉନରେ ଘରେ ଥିଲେ। ଗତ ୭ରେ ତାଙ୍କ ପରିବାରର ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୯ ତାରିଖରେ ୧୨୦ ନଂ ଆକ୍ରାନ୍ତଙ୍କ ସାମ୍ପଲ୍ ପରୀକ୍ଷା ନେଗେଟିଭ୍ ଆସିଥିଲା। ଏପ୍ରିଲ୍‌ ୨୮ରେ ତାଙ୍କର ନମୂନା ପଜିଟିଭ୍ ଆସିବାରୁ ଭୁବନେଶ୍ୱର କିମ୍ସରେ ଭର୍ତ୍ତି ହୋଇଥିଲେ।

୧୨୧ ନଂ ଆକ୍ରାନ୍ତ କେନ୍ଦୁଝର ପଞ୍ଚୁପାଲିର ୬୦ ବର୍ଷୀୟ ଜଣେ ବୃଦ୍ଧ। ସେ  କୋଲକାତା ବଡ଼ବଜାରରୁ ୮ ଯାତ୍ରୀଙ୍କ ସହ ଏକ ଗାଡ଼ିରେ ମାର୍ଚ୍ଚ ୨୮ ତାରିଖରେ ବାହାରି ୨୯ରେ ଘରକୁ ଫେରିଥିଲେ। ୩୧ ମାର୍ଚ୍ଚରୁ ୨୯ ଏପ୍ରିଲ ଯାଏ ବିଭିନ୍ନ ସ୍ଥାନ ବୁଲିଥିଲେ ଓ ବଜାର ମଧ୍ୟ ଯାଇଥିଲେ। ୨୯ ଏପ୍ରିଲରେ ପଜିଟିଭ୍ ସ୍ପଷ୍ଟ ପରେ କଟକ ଅଶ୍ୱିନୀରେ ଭର୍ତ୍ତି ହୋଇଥିଲେ।

୧୨୨ ନଂ ଆକ୍ରାନ୍ତ ଦେବଗଡ଼ ଜିଲ୍ଲା ବାସୁଦେବପୁର ସୁଗୁଡ଼ାର ୩୪ ବର୍ଷୀୟ ଯୁବକ। ସେ ଏପ୍ରିଲ ୨୫ରୁ  କୋଲକାତାରୁ ଟ୍ରକ୍‌ରେ ରେଢ଼ାଖୋଲ ଫେରିଥିଲେ। ଏହାପରେ ସେଠାରୁ ଚାଲି ଚାଲି ଘରକୁ ଯାଇ ୨୬ ତାରିଖରେ ପହଞ୍ଚିଥିଲେ। ଦେବଗଡ଼ ଡିଏଚ୍ଏଚ୍‌କୁ ପରୀକ୍ଷା ପାଇଁ ଜଣାଇବା ପରେ ୨୭ରେ ତାଙ୍କ ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ୨୯ରେ ନମୂନା ପଜିଟିଭ୍ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ୍‌ରେ ଭର୍ତ୍ତି କରାଯାଇଥିଲା ।



from Odisha Reporter https://ift.tt/2KMvLdW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages