ପୁଣି ଫେରିଛି ମଲାଜହ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

ପୁଣି ଫେରିଛି ମଲାଜହ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍ଧ୍ୟା ହୁଏ, ଜହ୍ନ ଆସେ। ସବୁ ପ୍ରତୀକ୍ଷାର ଅନ୍ତ ପରେ କଇଁ ମନରେ ସାହସ ବାନ୍ଧେ। ଆଜି ପ୍ରେମର ପରିପ୍ରକାଶ କରିଦେବ। ହେଲେ ପାରେନା। ସକାଳ ହୁଏ। କଇଁ ଅପେକ୍ଷା କରେ ଆଉ ଗୋଟେ ସନ୍ଧ୍ୟାର ଆଗମନକୁ। ଠିକ୍ ସେମିତି ସତୀ କାହିଁକି କେଜାଣି ନାଥକୁ ଦେଖିଲେ ଦଣ୍ଡେ ଅଟକିଯାଏ। ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ। ହେଲେ ଲାଜକୁଳା ମନଟା ସେତିକି କରିବାକୁ ବି ସାହସ ଜୁଟେଇ ପାରେନି। ସେ ବୋଧହୁଏ ନାଥକୁ ଭଲପାଉଛି। ନାଥ ବି ସତୀକୁ ଥରଟେ ଦେଖିଦେଲେ ମନରେ କି କି ଅଙ୍କ କଷେ, ତାହା ସେ ନିଜେ ବି ବୁଝିପାରେନି। ପାଖରେ ନଥିଲେ ବି ସେ ଅତି ନିକଟରେ ଥାଏ। ଦୂରେଇ ଗଲେ ବି ତା’ର ସ୍ମୃତି ପାଖରେ ରହି ମନକୁ ସତେ ଯେମିତି ହଇଚଇ କରିଦିଏ।

ପିଲାଟି ଦିନରୁ ଦୁହେଁ ଦୁହିଁଙ୍କୁ ଭଲପା’ନ୍ତି। ହେଲେ କେବେ ମନଖୋଲି କହି ନାହାନ୍ତି। ନ କହିଲେ ବି ସମ୍ପର୍କର ଏ ସେତୁବନ୍ଧକୁ ମଜବୁତ କରି ଗଢ଼ିବା, ଆଉ ସେଥିରେ ତା’ର ମନର ମଣିଷ ସାଙ୍ଗରେ ପାଦରେ ପାଦ ମିଶାଇ ବାଟ ଚାଲିବାର ନିଷ୍ପତ୍ତି ସତେ ଯେପରି ସେ ନେଇ ସାରିଛି। ବାକି ଅଛି ଖାଲି ଗୋଟେ ସାମାଜିକ ମୋହରର। ହେଲେ ବାଧକ ସାଜେ ଦାରିଦ୍ର୍ୟ, ଧନ, ସମ୍ପତ୍ତି, ଭଲ ଘର ଓ ଭଲ ବର ମୋହରରେ ବାପାମା’ ବୁଝିପାରନ୍ତିନି ଝିଅର ମନକୁ। କ’ଣ ଚାହେଁ ସେ, କୋଉଥିରେ ସେ ଖୁସି ? ରାଜରାଣୀର ଭବିଷ୍ୟତ କାମନା କରି ଗୋଟେ କଅଁଳିଆ ମନକୁ ବାନ୍ଧି ଦିଅନ୍ତି ଗୋଟେ ବୁଡ଼ା ଜମିଦାର ସାଙ୍ଗରେ।

ସବୁ ଘଟଣା ଦୁର୍ଘଟଣା ପରି ଘଟିଯାଏ। ମଣିଷ ଚାହିଁଲେ ବି ସବୁ ପାଏନି। ହେଲେ ପୁରୁଣା ସ୍ମୃତି କେବେ ହଜେନି କି ମରେନି। ଟିକେ ସୁଯୋଗ ପାଇଲେ ପାଉଁଶ ତଳର ନିଆଁ ପରି ଦାଉ ଦାଉ ହୋଇ ସବୁ ମନେପଡ଼ିଯାଏ। ମନର ସାଦା କାଗଜଟା ହଠାତ୍ ପୂରଣ ହୋଇଯାଏ। ହେଲେ ଏ ସଂସାର, ଆମ ସାମଜିକ ବ୍ୟବସ୍ଥା ମେଞ୍ଚା ମେଞ୍ଚା ପ୍ରଶ୍ନରେ ପୋତି ପକାଏ।

ଅନ୍ଧାର, ଆଲୁଅ, ପୁଣି ଅନ୍ଧାର। ଏମିତି ଜୀବନର ଦୋଛକିରେ ଆଶାର ଆଲୋକ ଟିକକ ପାଇବା ପାଇଁ ନାଥ ନିନ୍ଦା ଅପବାଦକୁ ଖାତିର ନ କରି ଛାତିକୁ ପଥର କରି ଠିଆହୁଏ। ହେଲେ ସମାଜର ପ୍ରଶ୍ନବାଣରେ ଜଳିପୋଡ଼ି ଦରମଲା ହୋଇପଡ଼ିଥିବା ସତୀ ବୁଝିପାରେନି, ତା’ ପାଇଁ କୋଉଟା ଠିକ୍ କୋଉଟା ଭୁଲ୍‌।
କି ସୁନ୍ଦର କାହାଣୀ। କାହାଣୀ ନୁହେଁ ତ ଗାଁଗହଳିର ନିଚ୍ଛକ ଚିତ୍ର ସାଙ୍ଗକୁ ଏକ ପବିତ୍ର ପ୍ରେମର ଅଭୁଲା ଛବିକୁ ସତେ ଯେପରି ଗୁନ୍ଥା ହୋଇଛି। ଆଉ ଏସବୁ ସାଇତି ହୋଇ ରହିଛି ଉପେନ୍ଦ୍ର କିଶୋର ଦାସଙ୍କ ‘ମଲାଜହ୍ନ’ରେ।

‘ତରଙ୍ଗ’ରେ ଏବେ ପୁନଃ ପ୍ରସାରିତ ହେବାକୁ ଯାଉଛି ‘ମଲାଜହ୍ନ’। ଶୁକ୍ରବାର ଠାରୁ ପ୍ରତ୍ୟେକ ଦିନ ସକାଳ ସାଢ଼େ ୧୧ଟାରେ ଏହାକୁ ଦର୍ଶକମାନେ ଦେଖିପାରିବେ। ଦର୍ଶକଙ୍କ ଅନୁରୋଧକୁ ରକ୍ଷା କରି ‘ତରଙ୍ଗ’ ଏଭଳି ଅନେକ ପୁରୁଣା ଧାରାବାହିକକୁ ଲକ୍‌ଡାଉନ୍‌ ସମୟରେ ପ୍ରସାରିତ କରିବାକୁ ନିଷ୍ପତ୍ତି ନେଇଛି।



from Odisha Reporter https://ift.tt/2wsQnUY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages