ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି। ଏଥିସହ ଏଯାବତ ୧୪୯ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ୪୬୪୩ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୪୦୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଜଣ ବିଦେଶୀ ନାଗରିକ ରହିଛନ୍ତି। ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।
ତେବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୮ ଛୁଇଁଛି। ଯାହାକି ଦେଶରେ ସର୍ବାଧିକ ସଂଖ୍ୟା। ଏହାପରେ ତାମିଲନାଡୁରେ ୬୯୦ ଜଣ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି।
କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନିଆ ଲକଡାଉନ୍ ପାଳନ କରୁଛି। ଏପ୍ରିଲ ୧୪ରେ ଲକଡାଉନ୍ ଅବଧି ଶେଷ ହେଉଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଅନେକ ରାଜ୍ୟ ଲକଡାଉନ୍ ଅବଧି ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଲକଡାଉନ ଅବଧି ବୃଦ୍ଧି କରିପାରନ୍ତି। ହେଲେ ଏଯାଏ ସରକାରଙ୍କ ତରଫରୁ କିଛି କୁହାଯାଇନାହିଁ।
from Odisha Reporter https://ift.tt/2yE2cbn
No comments:
Post a Comment