ମୋଦି ମହାନ ଓ ବହୁତ ଭଲ ନେତା: ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

ମୋଦି ମହାନ ଓ ବହୁତ ଭଲ ନେତା: ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକାକୁ ଭାରତ ଦେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ। ଭାରତ ସରକାର ଏ ନେଇ ଅନୁମତି ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି ମହାନ ଏବଂ ଜଣେ ଭଲ ନେତା ବୋଲି ଡୋଲାଲ୍ଡ ଟ୍ରମ୍ପ କହିଛନ୍ତି।

କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ ଏଯାବତ ୧୨,୮୫୪ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ରୋକିବା ପାଇଁ ଆମେରିକା ପ୍ରାଥମିକ ପଦକ୍ଷେପ ନେଉଛି। ଏଥିପାଇଁ ଆଣ୍ଟି ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଉପରେ ଗୁରୁତ୍ୱ ଦେଇଛି ଆମେରିକା। ଏହି ଔଷଧ ଭାରତରେ ପ୍ରସ୍ତୁତ ହୁଏ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ନିକଟରେ ଭାରତ ସରକାର ଏହି ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି।

ଶନିବାର ମୋଦି ଏବଂ ଟ୍ରମ୍ପ ଫୋନରେ କଥା ହୋଇଥିଲେ। କରୋନା ମୁକାବିଲା ନେଇ ଦୁଇ ଦେଶ ପରସ୍ପରକୁ ସହଯୋଗ କରିବା ବୋଲି ଦୁଇ ନେତା ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପଠାଇବା ପାଇଁ କହିଥିଲେ ଟ୍ରମ୍ପ। ଯଦିଓ ଏହି ଔଷଧ କରୋନାର ପ୍ରତିଷେଧକ କିମ୍ୱା ଔଷଧ ନୁହେଁ ହେଲେ କିଛି ଆକ୍ରାନ୍ତ ଏହି ଔଷଧରେ ସୁସ୍ଥ ହେଉଛନ୍ତି। ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଏ ନେଇ ଟ୍ରମ୍ପଙ୍କୁ ପରାମର୍ଶ ଦେବା ପରେ ସେ ଭାରତକୁ ଏହି ଔଷଧ ମାଗିଥିଲେ। ଆମେରିକା ୨୯,୦୦୦,୦୦୦‬ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଡୋଜ୍ ଔଷଧ ମାଗିଛି। ଏହି ଔଷଧକୁ ଟ୍ରମ୍ପ ନିଜେ ଖାଇବେ ବୋଲି ମଧ୍ୟ କହିଥିଲେ।

ତେବେ ଭାରତ ଯଦି ଏଭଳି ସ୍ଥିତିରେ ଏହି ଔଷଧ ନଦିଏ ତାହେଲେ ଆଗାମୀ ଦିନରେ ଭାରତ ମଧ୍ୟ ସମାନ ଆଶା ରଖିବା ଉଚିତ୍ ବୋଲି ଆମେରିକା ରାଷ୍ଟ୍ରପତି କହିଥିଲେ।



from Odisha Reporter https://ift.tt/3bSONL4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages