ଆଫ୍ରିକାରେ ହଜାରେ ଟପିଲା କରୋନା ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ଆଫ୍ରିକାରେ ହଜାରେ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଲଗୋସ: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଶନିବାର ସୁଦ୍ଧା ୨୧୦ଟି ଦେଶକୁ ବ୍ୟାପିଥିବା ଏହି ଭାଇରସରେ ଏଯାବତ ୨ ଲକ୍ଷ ୨୫ ହଜାର ୭୯୦ ଜଣ ସଂକ୍ରମିତ ହୋଇଥିବାବେଳେ ୧୫୪,୨୬୬ ଜଣଙ୍କର ମୃତ୍ୟୁ ଘଟିଛି। ୫ ଲକ୍ଷ ୭୧ ହଜାର ୧୪୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଏସିଆ, ୟୁରୋପ, ଉତ୍ତର ଆମେରିକା ଭଳି ଆଫ୍ରିକା ମହାଦେଶ ମଧ୍ୟ ଏହି ପ୍ରାଣଘାତୀ ଭାଇରସର ଶିକାର ହୋଇଛି। ଆଫ୍ରିକାରେ ଏଯାବତ ୨୦,୪୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧,୦୨୪ ଜଣଙ୍କର ମୃତ୍ୟୁ ଘଟିଛି। ୪,୯୭୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୧୪, ୪୭୭ ଜଣ ଚିକିତ୍ସାଧୀନ ରହିଛନ୍ତି। ଏଥିମଧ୍ୟରୁ ୧୮୭ ଏବେ ଗୁରୁତର ରହିଛନ୍ତି।

ଆଫ୍ରିକାରେ ଥିବା ଦେଶ ମଧ୍ୟରେ ଆଲଜେରିଆ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଯାବତ ଆଲଜେରିଆରେ ୨,୪୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୬୪ ଜଣଙ୍କର ମୃତ୍ୟୁ ଘଟିଛି। ୮୪୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଆଲଜେରିଆ ପରେ ମୋରକ୍କୋରେ ୨,୫୬୪ ଜଣ ସଂକ୍ରମିତ ହୋଇଥିବାବେଳେ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଇଜିପ୍ଟରେ ୨,୮୪୪ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୦୫ ଜଣଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/2XL9UuM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages