କେମିତି ମାଡ଼ି ଚାଲିଛି କରୋନା, ୧୩ ଦିନରେ ୧୦ ଲକ୍ଷ ଲୋକ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

କେମିତି ମାଡ଼ି ଚାଲିଛି କରୋନା, ୧୩ ଦିନରେ ୧୦ ଲକ୍ଷ ଲୋକ ଆକ୍ରାନ୍ତ

ୱାଶିଂଟନ: କରୋନା କେଉଁଭଳି ଭାବେ ଦ୍ରୁତ ଗତିରେ ବ୍ୟାପୁଛି, ତା’ର ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପୂର୍ବପେକ୍ଷା କରୋନା ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ସାରା ବିଶ୍ୱରେ ୨୦ ଲକ୍ଷ ୮୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲେଣି। ତେବେ କରୋନା କେଉଁଭଳି ଭାବେ ଆଗକୁ ମାଡ଼ୁଛି ଆସନ୍ତୁ ଜାଣିବା।

ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ୧୦ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ପାଇଁ ପ୍ରାୟ ୯୩ ଦିନ ସମୟ ନେଇଥିଲା। ହେଲେ ଆଉ ୧୦ ଲକ୍ଷ ଲୋକ ମାତ୍ର ୧୩ ଦିନ ମଧ୍ୟରେ ଏହି କିଲର ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ଆମେରିକା ଓ ୟୁରୋପରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ।

ତଥ୍ୟ ଅନୁସାରେ ବିଶ୍ୱର ସର୍ବମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଆମେରିକା ଓ ୟୁରୋପୀୟ ଦେଶରେ ରୋଗୀଙ୍କ ସଂଖ୍ୟା ୭୮%। ସେହିପରି ମୋଟ ମୃତକଙ୍କ ମଧ୍ୟରୁ ୮୬% ଆମେରିକା ଓ ୟୁରୋପୀୟ ଦେଶରେ ରେକର୍ଡ କରାଯାଇଛି।

ବର୍ତ୍ତମାନ କରୋନାର ସବୁଠାରୁ ବଡ଼ ହଟସ୍ପଟ ହେଉଛି ଆମେରିକା। ଗତ ୨୪ ଘଣ୍ଟାରେ ଏଠାରେ ପ୍ରାୟ ୨୫ ଶହ ଜୀବନ ଯାଇଛି। ଫଳରେ ଏଠାରେ କରୋନା ମୃତ୍ୟୁସଂଖ୍ୟା ୨୬ ହଜାର ଅତିକ୍ରମ କରିସାରିଛି। ଆମେରିକାର ନ୍ୟୁୱର୍କ ସିଟିରେ ୧୧ ହଜାରରୁ ଅଧିକ ମୁଣ୍ଡ ଗଡ଼ିଛି।

ମାର୍ଚ୍ଚ ୨୬ ପରଠାରୁ କରୋନା ଦ୍ରୁତଗତିରେ ସାରା ବିଶ୍ୱରେ ମାଡ଼ି ଚାଲିଛି। ମାର୍ଚ୍ଚ ୨୬ରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଥିଲା। ଏହାର ଅର୍ଥ ୭ ଦିନରେ ଏହା ପୂର୍ବ ତୁଳନାରେ ଦୁଇ ଗୁଣ ହୋଇଥିଲା। ଏପ୍ରିଲ ୨ ବେଳକୁ ଏହା ୧୦ ଲକ୍ଷ ହୋଇଥିଲା। ଏଥିପାଇଁ ପୁଣି ୭ ଦିନ ସମୟ ଲାଗିଥିଲା।

୧୫ ଲକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିବାକୁ ୯ ଦିନ ଲାଗିଥିଲା। ଏପ୍ରିଲ ୧୫ ବେଳକୁ ଏହା ୨୦ ଲକ୍ଷ ଛୁଇଁଥିଲା। ଅର୍ଥାତ ୧୩ ଦିନରେ ୧୦ ଲକ୍ଷ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ୫ କ୍ଷତିଗ୍ରସ୍ତ ତାଲିକାରେ ଆମେରିକା, ସ୍ପେନ, ଇଟାଲୀ, ‍ଫ୍ରାନ୍ସ ଓ ଜର୍ମାନୀ ରହିଛନ୍ତି। ଏମାନଙ୍କ ବ୍ୟତୀତ ବ୍ରିଟେନ ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି।



from Odisha Reporter https://ift.tt/2VcbeFz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages