ନ୍ୟୁୟର୍କ: ଦିନକୁ ଦିନ ଆମେରିକାରେ କରୋନା ଭାଇରସର ଦୌରାତ୍ମ ବୃଦ୍ଧି ପାଉଛି। ପ୍ରତିଦିନ ହଜାରେରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ଏହି ଭାଇରସରେ। ନ୍ୟୁୟର୍କରେ ଗୋଟିଏ ଦିନରେ ୬୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ନ୍ୟୁୟର୍କରେ ମୃତକଙ୍କ ସଂଖ୍ୟା ଏଯାବତ ୩୫୬୫ରେ ପହଞ୍ଚିଛି। ୧୩ ହଜାର ଆକ୍ରାନ୍ତ ରହିଛନ୍ତି ଏହି ରାଜ୍ୟରୁ।
ଗଭର୍ଣ୍ଣର ଆଣ୍ଡ୍ର୍ୟୁ କ୍ୟୁମୋ କହିଛନ୍ତି, ସ୍ଥିତି ବିଗୁଡ଼ିଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଚାଇନା ଆମେରିକାକୁ ହଜାରେ ଭେଣ୍ଟିଲେଟର ପଠାଇବ ବୋଲି କହିଥିବା ବେଳେ ଅନ୍ୟାନ୍ୟ ରାଜ୍ୟରୁ ୧୪୦ଟି ଭେଣ୍ଟିଲେଟର ଆମେରିକା ମଗାଇଥିବା ଜଣାପଡ଼ିଛି। ସେହିପରି କରୋନା ସହିତ ମୁକାବିଲା କରିବା ପାଇଁ ତାଙ୍କୁ ୪୫ ହଜାର ସ୍ୱାସ୍ଥ୍ୟ କର୍ମୀ ଆବଶ୍ୟକ ରହିଛି ବୋଲି ନ୍ୟୁୟର୍କର ମେୟର କହିଛନ୍ତି।
ଶନିବାର ଆମେରିକାରେ ମୋଟ୍ ୧୨୨୪ ଜଣଙ୍କର ମୃତ୍ୟୁ ହୋଇଛି। ଜନ ହାଫକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ରିପୋର୍ଟ ଅନୁଯାୟୀ ଗୁରୁବାର ରାତି ୮ଟା ୩୦ରୁ ଶୁକ୍ରବାର ରାତି ୮ଟା ୩୦ ମଧ୍ୟରେ ଏହି ୧,୪୮୦ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୪୫୪ ହୋଇଛି। ଶନିବାର ୨୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
from Odisha Reporter https://ift.tt/2XbWWpB
No comments:
Post a Comment