କରୋନା ଭାଇରସକୁ ନେଇ ମୁହଁ ଖୋଲିଲା ଆତଙ୍କୀ ସଂଗଠନ ହିଜବୁଲର ପ୍ରମୁଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

କରୋନା ଭାଇରସକୁ ନେଇ ମୁହଁ ଖୋଲିଲା ଆତଙ୍କୀ ସଂଗଠନ ହିଜବୁଲର ପ୍ରମୁଖ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ପ୍ରମୁଖ ସୟଦ ସଲାଉଦ୍ଦିନ୍ କରୋନା ଭାଇରସକୁ ଧର୍ମ ସହ ଯୋଡ଼ିଛି। ବିଶ୍ୱରେ ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଥିବାରୁ ଏଭଳି କରୋନା ଭାଇରସର ଉତ୍ପତ୍ତି ହୋଇଛି। ଯେଉଁମାନେ ହାଇରାଣ କରୁଛନ୍ତି ସେମାନଙ୍କୁ ଏହି ଭାଇରସ ଅଧିକ ହଇରାଣ କରିବ ବୋଲି ପାକିସ୍ତାନର ଏହି ଆତଙ୍କବାଦୀ କହିଛି। ପାଞ୍ଚ ମିନିଟର ଏକ ଭିଡିଓ ଜାରି କରି ଆତଙ୍କବାଦୀ ସଲାଉଦ୍ଦିନ ଏଭଳି ମତ ରଖିଛି।

ସେ ଆହୁରି କହିଛି, କରୋନା ଏଭଳି ଏକ ଭାଇରସ ଯାହାର ନିରାକରଣ ନାହିଁ। ବିଜ୍ଞାନ ମଧ୍ୟ ଏହା ଆଗରେ ଫେଲ୍ ହୋଇଛି। ରୋହିଙ୍ଗ୍ୟା ମୁସଲମାନ୍, ଫିଲିସ୍ତାନ ଏବଂ କଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର ହେଉଥିବାରୁ କରୋନା ଭାଇରସର ସୃଷ୍ଟି ହୋଇଛି। ତେବେ ଏହି ଭାଇରସକୁ କେବଳ ଆହ୍ଲା (ଈଶ୍ୱର) ହିଁ ରୋକିପାରିବେ।

ଭାରତରେ କଶ୍ମୀରଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ଭାବରେ ଅତ୍ୟାଚାର କରିଛନ୍ତି। ଏବେ ସେ ମଧ୍ୟ ଏହି ଭାଇରସ କବଳରୁ ବର୍ତ୍ତିପାରିବେ ନାହିଁ ବୋଲି ସଲାଉଦ୍ଦିନ୍ କହିଛି।



from Odisha Reporter https://ift.tt/2UHSj4Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages