‘ନ ଲୁଚି ନମୁନା ପରୀକ୍ଷା ପାଇଁ ଆଗେଇ ଆସନ୍ତୁ ପଶ୍ଚିମବଙ୍ଗ ଫେରନ୍ତା ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 30, 2020

‘ନ ଲୁଚି ନମୁନା ପରୀକ୍ଷା ପାଇଁ ଆଗେଇ ଆସନ୍ତୁ ପଶ୍ଚିମବଙ୍ଗ ଫେରନ୍ତା ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତି ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇପାରିଥାନ୍ତି । ଏହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବା ଆଶଙ୍କା ରହିଛି। ତେଣୁ ପଶ୍ଚିମବଙ୍ଗ ଫେରନ୍ତା ସେମାନଙ୍କ ଗସ୍ତ ସମ୍ପର୍କରେ ନ ଲୁଚାଇ ନମୁନା ପରୀକ୍ଷା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତି ନିଜ ଗସ୍ତ ସମ୍ପର୍କରେ ସରକାରଙ୍କୁ ଜଣାଇବା ସହ ଘରେ ଆଇସୋଲେସନରେ ରହିବା ଉଚିତ। ଏଥିସହ ସେମାନେ ସ୍ଥାନୀୟ ବିଡିଓ, ତହସିଲଦାର କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ହେଲପଲାଇନ୍ ୧୦୪, ୨୪ ଘଣ୍ଟା ଖୋଲା ରହିଛି । ଯଦି ସେମାନଙ୍କଠାରେ ଥଣ୍ଡା ଓ କାଶର ଲକ୍ଷଣ ଅନୁଭୂତ ହେଉଥାଏ ତେବେ ଡାକ୍ତରୀ ପରାମର୍ଶ ପାଇଁ ୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।



from Odisha Reporter https://ift.tt/2y7op1X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages