ରେକର୍ଡ ଭାଙ୍ଗୁଛି ଆମେରିକା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ପ୍ରାୟ ୨୫ ଶହ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ରେକର୍ଡ ଭାଙ୍ଗୁଛି ଆମେରିକା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ପ୍ରାୟ ୨୫ ଶହ ମୃତ

ୱାଶିଂଟନ: ମହାମାରୀ କରୋନା ଭାଇରସ ଯୋଗୁ ଆମେରିକା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ଏଠାକାର ମୃତ୍ୟୁସଂଖ୍ୟା ନୂଆନୂଆ ରେକର୍ଡ କରିବାରେ ଲାଗିଛି। ବିଶ୍ୱର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଓ ମୃତକ ଚିହ୍ନଟ ହୋଇଥିବା ଆମେରିକାରେ ଗତ ୨୪ ଘଣ୍ଟାରେ ପ୍ରାୟ ୨୫ ଶହ ଲୋକଙ୍କ ଜୀବନ ଯାଇଛି।

ବିଶ୍ୱରେ କରୋନା ଉପସ୍ଥିତି ଜାହିର କରିବା ଦିନଠାରୁ ଏତେ ସଂଖ୍ୟକ ଲୋକ କେଉଁଠି ବି ଗୋଟିଏ ଦିନରେ ପ୍ରାଣ ହରାଇ ନଥିଲେ। ପ୍ରତିଦିନ ଆମେରିକାରେ ହାରାହାରି ୧୯ ଶହ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ସେହିପରି ୨୪ ଘଣ୍ଟାରେ ଆମେରିକାରେ ୩୦ ହଜାରରୁ ଅଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ଏହି ସଂଖ୍ୟା ୨୬ ହଜାର ରହିଥିଲା।

ଚାଇନାରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିଛି। ଆମେରିକା ଭଳି ସୁପରପାୱାର ମଧ୍ୟ ଏହି ଭାଇରସ ଆଗରେ ଏକ ପ୍ରକାରର ଆତ୍ମସମର୍ପଣ କରିଦେଇଛି। ଗତ ୨୪ ଘଣ୍ଟାରେ ୨୪୮୨ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ପରେ ଦେଶରେ ମୃତ୍ୟୁସଂଖ୍ୟା ୨୮,୫୨୯ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬,୪୪,୦୮୯ ଛୁଇଁଛି। ଏମାନଙ୍କ ମଧ୍ୟରୁ ୪୮,୭୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କରୋନା ଯୋଗୁ ଆମେରିକାର ନ୍ୟୁୱର୍କ ସିଟି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭୮୬ ଜଣ ପ୍ରାଣ ହରାଇଛନ୍ତି। ଫଳରେ ଏହି ସହରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧,୫୮୬ରେ ପହଞ୍ଚି ଯାଇଛି। କରୋନାର ନୂଆ ଉତ୍ପତ୍ତି ସ୍ଥଳ ପାଲଟିଥିବା ନ୍ୟୁୱର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୪,୬୪୮ ଛୁଇଁଲାଣି।

ନ୍ୟୁଜର୍ସିରେ ୭୧, ୦୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩,୧୫୬ ଜଣ ପ୍ରାଣ ହରାଇଛନ୍ତି। ମିଚଗାନ, କାଲିଫର୍ଣ୍ଣିଆ, ଫ୍ଲୋରିଡା, ଲୋଉସିଆନା, ଟେକ୍ସାସ, ଜର୍ଜିଆ, ୱାଶିଂଟନ ଓ ଇଣ୍ଡିଆନା ଭଳି ସ୍ଥାନରେ ମଧ୍ୟ ସ୍ଥିତି ଉଦବେଗ ଜନକ ରହିଛି।

କରୋନା ଆମେରିକାରେ କାୟା ବିସ୍ତାର କରିବା ସମୟରେ ଆବଶ୍ୟକ ସଂଖ୍ୟକ ଟେଷ୍ଟ କିଟ୍‌ ନଥିଲା। ଫଳରେ ହଜାର ହଜାର ଲୋକ ହସ୍ପିଟାଲ ଯାଇ ନ ପାରି ପ୍ରାଣ ହରାଇଛନ୍ତି। ସେମାନଙ୍କୁ କରୋନା ଜନିତ ମୃତ୍ୟୁ ତାଲିକାରେ ସାମିଲ କରାଯାଇନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯଦି ଏଥିରେ ସତ୍ୟତା ଥାଏ, ତା’ହେଲେ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି।



from Odisha Reporter https://ift.tt/2Vys7ZP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages