କଟକଣାଯୁକ୍ତ ରଥଯାତ୍ରା ପାଇଁ ପ୍ରସ୍ତାବ ଦେଲା ଦଇତାପତି ନିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

କଟକଣାଯୁକ୍ତ ରଥଯାତ୍ରା ପାଇଁ ପ୍ରସ୍ତାବ ଦେଲା ଦଇତାପତି ନିଯୋଗ

ପୁରୀ(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଆପତକାଳୀନ ବ୍ୟବସ୍ଥାନୁଯାୟୀ  ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ ବୋଲି ୨ ଦିନ ପୂର୍ବେ ପରାମର୍ଶ ଦେଇଥିଲା ମୁକ୍ତି ମଣ୍ଡପ। କିନ୍ତୁ ଆଜି ଶ୍ରୀଜିଉଙ୍କ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ । କରୋନା ସମୟରେ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ ସହ ରଥଯାତ୍ରା ଆୟୋଜନ ପାଇଁ ଅନୁରୋଧ କରିଛି ଦଇତାପତି ନିଯୋଗ। କିନ୍ତୁ  ରାଜ୍ୟ ସରକାର, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ହିଁ ଶେଷ ନିଷ୍ପତ୍ତି ନେବେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି।

ନିଯୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ  ଲେଖାଯାଇଥିବା ଚିଠିରେ ସିପାହୀ ବିଦ୍ରୋହ, ନଅଙ୍କ ଦୁର୍ଭିକ୍ଷ ଓ ୧୯୧୮ ମହାମାରୀର ଉଦାହରଣ ଦିଆଯାଇଛି । ଏ ସବୁ ବିପତ୍ତି ବେଳେ ମଧ୍ୟ ଶ୍ରୀଜିଉଙ୍କ ରଥଯାତ୍ରା ହୋଇଥିଲା । ତେଣୁ ଏବେ ଲକ୍‌ଡାଉନ୍ ଗାଇଡ୍ ଲାଇନ୍ ପାଳନ କରି ପୁରୀକୁ ସଂପୂର୍ଣ୍ଣ ସିଲ୍ କରି ରଥଯାତ୍ରା କରାଯାଇପାରିବ ବୋଲି ଦଇତାପତି ନିଯୋଗ ପ୍ରସ୍ତାବ ଦେଇଛି ।

ତେବେ ରଥଯାତ୍ରା ଆୟୋଜନ ହେବ କି ନାହିଁ ସେନେଇ ସରକାର ନିଷ୍ପତ୍ତି ନେବେ । ଆମେ କେବଳ ପ୍ରସ୍ତାବ ଦେଇଛୁ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । ଗଜପତି ମହାରାଜା ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ମଧ୍ୟ ନିଯୋଗ ଆଲୋଚନା କରିବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି ।

ଏନେଇ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଦାସ ମହାପାତ୍ର କହିଛନ୍ତି, “ରଥଯାତ୍ରା ହେଉଛି ଜଗନ୍ନାଥଙ୍କ ଯାତ୍ରା। ତାଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ। ରଥ ଯାତ୍ରା ହେବା ମଧ୍ୟ ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ଏହାକୁ କାର୍ଯ୍ୟକାରୀ କରିବେ ସରକାର, ଜଗତଗୁରୁ, ଗଜପତି। ଅକ୍ଷୟ ତୃତୀୟାଠାରୁ ପ୍ରଭୁଙ୍କ ରଥ ଅନୁକୂଳ କରାଯାଇଛି।”

ଏଥିସହ ସେ କହିଛନ୍ତି,“  ରଥ ଯାତ୍ରା ହିନ୍ଦୁଙ୍କ ଭାଗାବେଗ ସହ ଜଡ଼ିତ ଥିବାରୁ  ଏହାର ଆୟୋଜନ ନିମନ୍ତେ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇ ଅନୁରୋଧ କରିଛୁ । ପୂର୍ବରୁ ବହୁ ମହାମାରୀ ଓ ବିପତ୍ତି ବେଳେ ମଧ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ଜୀବନ ସୁରକ୍ଷା, ଓ ପରମ୍ପରା ରକ୍ଷା ଲାଗି କଟକଣାଯୁକ୍ତ ରଥ ଯାତ୍ରା ପାଇଁ ପରାମର୍ଶ ଦିଆଯାଇଛି।  ପୁରୀକୁ ପୁରା ସିଲ୍‌ କରି ଦିଆଯାଉ। ପୁରୀ ବାସିନ୍ଦା ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ଅନୁରୋଧ କରୁଛୁ। ଯେଉଁ ସେବକ ଏଥିରେ ସମ୍ପୃକ୍ତ ରହିବେ, ସେମାନଙ୍କର କୋଭିଡ ଟେଷ୍ଟ କରାଯାଇ ଅନୁମତି ମିଳୁ।  ଆମେ କେବଳ ଅନୁରୋଧ କରିଛୁ, ନିଷ୍ପତ୍ତି କିନ୍ତୁ ସରକାର ନେବେ।

ଏ ସମ୍ପର୍କରେ ବରିଷ୍ଠ ଦଇତାପତି  ଗଣେଶ ଦାସମହାପାତ୍ର କହିଛନ୍ତି,  ଭଗବାନ ଚାହିଁଲେ ଯାତ୍ରା ହେବ। ଏହାର ଦାୟିତ୍ୱ କିନ୍ତୁ ଓଡ଼ିଶା ସରକାରଙ୍କର। ଭଗବାନଙ୍କ ଆଶିର୍ବାଦ ରହିଲେ ଏହା ସମ୍ଭବ।”

୨ ଦିନ ପୂର୍ବ  ମୁକ୍ତି ମଣ୍ଡପ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ରିଲିଜରେ ଆପତକାଳୀନ ବ୍ୟବସ୍ଥାନୁଯାୟୀ ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ। ସୀମିତ ସେବକ ଓ ସ୍ୱଳ୍ପ ପୁଲିସଙ୍କୁ ନେଇ ମଧ୍ୟ ରଥଯାତ୍ରା ହୋଇପାରିବ ବୋଲି କୁହାଯାଇଥିଲା। ଯଦି ଅନିବାର୍ଯ୍ୟ କାରଣବଶତଃ ରଥଯାତ୍ରା ନ ହେଲା, ଅସୁବିଧା ନାହିଁ। ସାଂପ୍ରତିକ ଦୁଃସ୍ଥିତିରେ ତାହା ହାନିକାରକ ନୁହେଁ। ଭକ୍ତ, ସେବକ ସୁସ୍ଥ ରହିଲେ ମନ୍ଦିର, ଦେବତା କାନ୍ତିଯୁକ୍ତ ହେବେ। ତେବେ ଏ କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଆବଶ୍ୟକ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଥିଲା।



from Odisha Reporter https://ift.tt/2VQdnHr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages