ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ଗଡ଼କରୀଙ୍କ ନୂଆ ଫର୍ମୁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ଗଡ଼କରୀଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ମେ ତିନି ଯାଏ ଲକଡାଉନ୍ ବୃଦ୍ଧି କରିଛନ୍ତି। ଜରୁରୀ ସାମଗ୍ରୀକୁ ଛାଡ଼ି ବାକି ସବୁ ବନ୍ଦ ରହିଛି। ହେଲେ ଦ୍ୱିତୀୟ ପର୍ଯ୍ୟାୟ ଗାଇଡଲାଇନ୍ ଅନୁଯାୟୀ କିଛି କ୍ଷେତ୍ରରେ ସରକାର କୋହଳ କରି କାମ ଆରମ୍ଭ କରିବାକୁ କହିଛନ୍ତି। ଏହି ସମୟରେ ଜାତୀୟ ରାଜପଥ ନିର୍ମାଣ କାମ ଆରମ୍ଭ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଚିନ୍ତା କରିଛନ୍ତି।

ଖବର ସରବରାହ ସଂସ୍ଥା ପିଟିଆଇକୁ ପ୍ରତିକ୍ରିୟା ଦେଇ ଗଡକରି କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଜାତୀୟ ରାଜପଥ କାମ ପାଇଁ ଆଲୋଚାନ ଚାଲିଛି। ରାଜ୍ୟ ସରକାର ଯଦି ଅନୁମତି ଦେବେ ତାହେଲେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ରାସ୍ତା କାମରେ ନିୟୋଜିତ କରିବା ପାଇଁ ଗଡ଼କରୀ ଚିନ୍ତା କରିଛନ୍ତି। ଏମିତି ହେଲେ ସେମାନଙ୍କୁ ଆଉ ଗାଁକୁ ଯିବାକୁ ପଡ଼ିବନି। କାମ ବେଳେ କରୋନାକୁ ନେଇ ଯେଉଁ ଗାଇଡ ଲାଇନ୍ ରହିଛି ସେ ସବୁ ପାଳନ ହେବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଶ୍ରମିକଟିଏ ରୋଜଗାର ପାଇବା ସହିତ ରହିବା ଏବଂ ଖାଇବା ପିଇବା ପାଇବ।

ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ଏମଏସଏମଇ ମନ୍ତ୍ରଣାଳୟ ଏ ନେଇ ଜିଲ୍ଲାପାଳଙ୍କୁ ନିଷ୍ପତ୍ତି ନେବାକୁ କହିଛନ୍ତି। ଜିଲ୍ଲାପାଳ ଆବଶ୍ୟକ ସୁରକ୍ଷା ଏବଂ ସାମାଜିକ ଦୂରତ୍ୱକୁ ବଜାଇ ରଖି ଜାତୀୟ ରାଜପଥ କାମରେ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ କରିପାରିବେ। ଏହାପୂର୍ବରୁ ରାଜ୍ୟସରକାର ଅନୁମତି ଦେବା ଦରକାର ବୋଲି ଗଡକରୀ କହିଛନ୍ତି।



from Odisha Reporter https://ift.tt/2VxlAyv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages