କୂଳ ଖାଉଛି ସମୁଦ୍ର, ନୂତନ ମୁହାଣ ହେବା ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

କୂଳ ଖାଉଛି ସମୁଦ୍ର, ନୂତନ ମୁହାଣ ହେବା ଆଶଙ୍କା

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର):  ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ୍‌ ରାଜହଂସଠାରୁ ଅଳ୍ପ ଦୂରରେ କୂଳ ଖାଇଵାରେ ଲାଗିଛି ସମୁଦ୍ର। ଏହା କ୍ରମଶଃ  ସମୁଦ୍ର ପତ୍ତନଠାରୁ ପ୍ରାୟ ୩୦ଫୁଟ ଜଙ୍ଗଲ ମଧ୍ୟକୁ ପଶିଗଲାଣି। ଫଳରେ ସମୁଦ୍ର କୂଳରେ ଥିବା ଅନେକ ଝାଉଁ ଗଛ ଉପୁଡି ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି ।

ଏପରି ସ୍ଥିତି ଲାଗି ରହିଲେ ଖୁବ କମ୍‌ ଦିନରେ ଏଠାରେ ଏକ ପ୍ରାକୃତିକ ମୁହାଣ ସୃଷ୍ଟି  ହେବାର ମଧ୍ୟ ଆଶଙ୍କା ଦେଖାଗଲାଣି। ଯଦି ଏହି ଜାଗାରେ ପ୍ରାକୃତିକ ମୁହାଣ ଖୋଲେ, ତେବେ ରାଜହଂସ ସମେତ ବ୍ରହ୍ମପୁର ଏବଂ ସାତପଡା ପଞ୍ଚାୟତର କିଛି ଗ୍ରାମ ସମ୍ପୁର୍ଣ୍ଣ ରୂପେ ସମୁଦ୍ର ଗର୍ଭରେ ଲୀନ  ହୋଇଯିବ ବୋଲି ଅଞ୍ଚଳବାସୀ କହିଛନ୍ତି ।

ସୂଚନାଯୋଗ୍ୟ, ରାଜହଂସ ନିକଟ ସମୁଦ୍ର କୁଳରେ ଦୀର୍ଘ ଆଠ ମାସ ହେବ ପଡି ରହିଛି ମାଲେସିଆ ଜାହାଜ ‘ଜିନିହ୍ୱାର କଣ୍ଟେନର’।  ଏହା ସମୁଦ୍ର କୂଳର ଗୋଟିଏ ଭାଗ ଅବରୋଧ କରୁଥିବାରୁ ଅପରପାର୍ଶ୍ଵ  କୂଳ ଖାଇ ଏପରି ସ୍ଥିତି ସୃଷ୍ଟି ହୋଇଥିବା  ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।



from Odisha Reporter https://ift.tt/2Xxiy02

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages