ଉହାନ: ଲକଡାଉନ୍ ପରେ ବାହା ହେବାକୁ ଉତ୍ସୁକତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ଉହାନ: ଲକଡାଉନ୍ ପରେ ବାହା ହେବାକୁ ଉତ୍ସୁକତା

ଉହାନ: ଅଢ଼େଇ ମାସ ଲକଡାଉନରେ ରହିବା ପରେ ଚୀନର ଉହାନ ସହରରେ ପରସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଘରେ ଦିନ ଦିନ ଧରି ବନ୍ଦ ରହିଥିବା ଲୋକମାନଙ୍କୁ ଏବେ ପୁଣି ରାସ୍ତା ଘାଟରେ, ଦୋକାନ ବଜାର ଦେଖିବାକୁ ମିଳୁଛି। ଏପରି କି ବାହା ହେବାକୁ ମଧ୍ୟ ଏମାନେ ଭିଡ଼ ଜମାଉଛନ୍ତି। ସାମାଜିକ ଦୂରତ୍ୱ ଯୋଗୁ ହୁଏତ ଉହନ ବାସିନ୍ଦାଙ୍କ ମଧ୍ୟରେ ବାହା ହେବାକୁ ପ୍ରବଳ ଉତ୍ସାହ ବୃଦ୍ଧି ପାଇଛି।

ଉହାନରେ ଲକଡାଉନ୍ ପରେ ସବୁଠାରୁ ଅଧିକ ଭିଡ଼ ଦେଖିବାକୁ ମିଳିଛି ମାଟ୍ରିମୋନିଆଲ୍ ଓ୍ୱେବସାଇଟରେ। ବିବାହ କରିବାରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆବେଦନ ୩୦୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଏତେ ମାତ୍ରାରେ ବିବାହ ଆବେଦନ କରାଯିବାରୁ ମାଟ୍ରିମୋନିଆଲ୍ ଓ୍ୱେବସାଇଟ୍ କିଛି ସମୟ ପାଇଁ କ୍ରାଶ୍ ମଧ୍ୟ ହୋଇଯାଇଥିଲା।

ଚାଇନା ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଚୀନରେ ସର୍ବାଧିକ ବ୍ୟବହୃତ ଅନଲାଇନ୍ ପେମେଣ୍ଟ ପ୍ଲାଟଫର୍ମ ‘ଅଲିପେ’ (Alipay)ଏ ନେଇ ସୂଚନା ଦେଇଛି। ଦଦ୍ଦନୁଯାୟୀ, ଲକଡାଇନ୍ ଶେଷ ହେବା ପରେ ଅନଲାଇନ୍ ବିବାହ ରେଜିଷ୍ଟ୍ରେସନ ଟ୍ରାଫିକ୍ ୩୦୦ ପ୍ରତିଶତ ବଢ଼ିଯାଇଥିଲା। ଏଣୁ କିଛି ଓ୍ୱେବସାଇଟ୍ କ୍ରାଶ୍ ହୋଇ କାମ କରିଲା ନାହିଁ। ତେବେ ପୂର୍ବରୁ ଛାଡ଼ପତ୍ର ପାଇଁ ଅଧିକ ଆବେଦନ ଆସୁଥିବା ବେଳେ ବର୍ତ୍ତମାନ ଏତେ ମାତ୍ରାରେ ବିବାହ ଆବେଦନର ସଂଖ୍ୟା ଦେଖି ବିଶ୍ୱାସ ହେଉନି ବୋଲି ‘ଅଲିପେ’ କହିଛି। ତେବେ କ୍ରାଶ୍ ହୋଇଥିବା ଓ୍ୱେବସାଇଟକୁ ତାଙ୍କ ଦକ୍ଷ ଇଞ୍ଜିନିୟରମାନେ ପୁଣି କାର୍ଯ୍ୟକ୍ଷମ କରିଦେଇଛନ୍ତି ବୋଲି ‘ଅଲିପେ’ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯେ, ଉହାନ ହେଉଛି କରୋନା ଭୂତାଣୁ ସଂକ୍ରମଣର ଆଦ୍ୟ ସ୍ଥାନ। ସଂକ୍ରମଣ ପରିସ୍ଥିତି ଜଟିଳ ହୋଇପଡ଼ିବାରୁ ମେଟ୍ରିମୋନିଆଲ ଓ୍ୱେବସାଇଟକୁ ଫେବୃୟାରୀ ଏବଂ ମାର୍ଚ୍ଚରେ ବିବାହ ପଞ୍ଜୀକରଣକୁ ବନ୍ଦ କରିଦେଇଥିଲା। କରୋନା ସଂକ୍ରମଣ ଲାଗି ଉହାନକୁ ୭୬ ଦିନ ଲକଡାଉନ୍ କରାଯାଇଥିଲା। ଏହି ଅବଧି ଶେଷ ହେବା ପରେ ଏବେ ପରିସ୍ଥିତି ସ୍ୱାଭାବିକ ହେବା ସହ ବିଭିନ୍ନ ସେବା ପୁଣି ଆରମ୍ଭ ହୋଇଛି। ଅନ୍ୟପଟେ ଆଜିଠାରୁ ଉହାନରୁ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଯାଇଛି।



from Odisha Reporter https://ift.tt/2ViEr0l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages