ପ୍ରଥମ ଦଫାରେ ୧୩ଟି ଦେଶକୁ HCQ ଦେବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ପ୍ରଥମ ଦଫାରେ ୧୩ଟି ଦେଶକୁ HCQ ଦେବ ଭାରତ

ନୂଆଦିଲ୍ଲୀ: ପ୍ରଥମ ଦଫାରେ ୧୩ଟି ଦେଶକୁ ଭାରତ ଆଣ୍ଟି ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ) ପଠାଇବ। ଏ ନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଆମେରିକା, ସ୍ପେନ୍, ଜର୍ମାନୀ, ବ୍ରାଜିଲ, ନେପାଳ, ଭୁଟାନ, ଆଫଗାନିସ୍ତାନ, ମାଳଦ୍ୱୀପ, ବାଂଲାଦେଶ, ସେୟଚେଲେସ, ମରିସସ ଏବଂ ଡୋମିନିକାନ ରପବ୍ଲିକ୍। ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡମୁ ରବି ଏହି ସୂଚନା ଦେଇଛନ୍ତି। ଏହି ଦେଶମଧ୍ୟରୁ ଆମେରିକା ପାଖରେ HCQ ପହଞ୍ଚିଯାଇଛି।

ଆଗାମୀ ଦିନରେ ଆଉ କିଛି ଦେଶକୁ ଏହି HCQ ପଠାଯାଇପାରେ ବୋଲି ଯୁଗ୍ମ ସଚିବ ଡମୁ ରବି କହିଛନ୍ତି। ଭାରତ ଅନ୍ୟ ଦେଶକୁ HCQ ଦେଲେ ନିଜ ପାଖରେ ଏହି ଔଷଧ ଆବଶ୍ୟକ ସଂଖ୍ୟାରେ ମହଜୁଦ ରହିଛି କି ନାହିଁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଜବାବରେ ସେ କହିଛନ୍ତି ଭାରତ ୧ କୋଟି ଟାବଲେଟ ଆବଶ୍ୟକ କରୁଛି। ଦେଶ ଏବେ ୩.୨୮ କୋଟି ଟାବଲେଟ ରଖିଛି ବୋଲି ସେ କହିଛନ୍ତି।

ଆମେରିକା ୪୮ ଲକ୍ଷ HCQ ଟାବଲେଟ ପାଇଁ ଦାବି କରିଥିବାବେଳେ ଭାରତ ୩୫.୮୨ ଲକ୍ଷ ଟାବଲେଟ ପାଇଁ ଅନୁମତି ଦେଇଛି। ଏହାସହିତ ଭାରତ ୯ ମେଟ୍ରିକ ଟନ୍ ଔଷଧ ତିଆରି ପାଇଁ ଆବଶ୍ୟକ ଉପାଦାନ ଆମେରିକାର ଅନୁରୋଧ କ୍ରମେ ଭାରତ ଅନୁମତି ଦେଇଛି।

ଆମେରିକା ବ୍ୟତୀତ ବ୍ରାଜିଲ, କାନାଡା ଏବଂ ଜର୍ମାନୀକୁ ୫୦ ଲକ୍ଷ ଟାବଲେଟ ଦେବ ବୋଲି ଭାରତ ଅନୁମତି ଦେଇଛି। ସେହିପରି ଭାରତ ବାଂଲାଦେଶକୁ ୨୦ ଲକ୍ଷ, ନେପାଳକୁ ୧୦ ଲକ୍ଷ, ଭୁଟାନକୁ ୨ ଲକ୍ଷ, ଶ୍ରୀଲଙ୍କାକୁ ୧୦ ଲକ୍ଷ, ଆଫଗାନିସ୍ତାନକୁ ୫ ଲକ୍ଷ ଏବଂ ମାଳଦ୍ୱୀପକୁ ୨ଲକ୍ଷ HCQ ପଠାଇବ ବୋଲି ଅନୁମତି ଦେଇଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶମାନଙ୍କୁ ଭାରତ HCQ ପଠାଇବ।

ଏହାବାଦ ଭାରତ ୪୩୦ ମିଲିଅନ ପାରାସିଟାମଲ ଔଷଧ ବିଭିନ୍ନ ଦେଶକୁ ରପ୍ତାନୀ କରିବ। ୟୁକେ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ କିଛି ଆଫ୍ରିକା ଦେଶକୁ ଏହି ଔଷଧ ପଠାଇବ ଭାରତ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଯାବତ ଏହି ଭାଇରସକୁ ରୋକିବା ପାଇଁ କୌଣସି ଔଷଧ ବା ଟିକା ବାହାରିନାହିଁ। ହେଲେ ଭାରତରେ ତିଆରି ହେଉଥିବା ମାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାର ଏକ ଉପାୟ ବାହାରିଛି। କିଛି ମାତ୍ରାରେ ଏହି ଔଷଧ ବ୍ୟବହାର କରି ବିଭିନ୍ନ ଦେଶର ଡାକ୍ତରମାନେ ସଫଳ ହୋଇଛନ୍ତି। HCQ କରୋନା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ଦେଖି ନିକଟରେ ଭାରତ ଏହି ଔଷଧର ରପ୍ତାନୀ ଉପରେ ରୋକ୍ ଲଗାଇଥିଲା। ହେଲେ ଆମେରିକା ଓ ଅନ୍ୟାନ୍ୟ ଦେଶ ଏହି ଔଷଧ ଭାରତକୁ ମାଗିବାପରେ ମାନବିକତା ଆଧାରରେ ଏହି ଔଷଧ ପଠାଇବା ପାଇଁ କିଛି ସର୍ତ୍ତ ଆଧାରରେ ଭାରତ ରପ୍ତାନୀ ଉପରୁ ପ୍ରତିବନ୍ଧକ ଉଠାଇଛି।

ଆମେରିକା ଭାରତକୁ HCQ ଔଷଧମାଗିବା ବେଳେ ଏହାକୁ  ‘ଗେମ୍ ଚେଞ୍ଜର’ ବୋଲି କହିଥିବାବେଳେ ବ୍ରାଜିଲ ଏହାକୁ ରାମାୟଣ ସହ ଯୋଡ଼ି ‘ସଞ୍ଜିବନୀ’ ବୋଲି କହିଥିଲା।



from Odisha Reporter https://ift.tt/3a1PIYi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages