ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍ଡାଉନ୍ ହୋଇଛି। ଅତ୍ୟାବଶ୍ୟକ ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ତେବେ ଲକ୍ଡାଉନ୍ ସଫଳ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓରେ ବାର୍ତ୍ତା ଦେଇଛନ୍ତି।
ସେ କହିଛନ୍ତି,“ ସମାଜ, ରାଜ୍ୟ ତଥା ଦେଶକୁ ସୁସ୍ଥ ରଖିବା ପାଇଁ ଏହା ଏକ ଜନ ଆନ୍ଦୋଳନ ହୋଇଛି। କରୋନାକୁ ହରାଇବା ପାଇଁ ସମସ୍ତେ ଏକଜୁଟ୍ ହୋଇଛନ୍ତି। ୯୦ରୁ ୯୫ ପ୍ରତିଶତ ଲୋକ ଲକ୍ଡାଉନ୍କୁ ମାନୁଛନ୍ତି। ବାକି ୫ ପ୍ରତିଶତ ମାନୁ ନାହାନ୍ତି। ସେମାନଙ୍କୁ ବୁଝାଇ ଘରେ ରଖିବା ଆମ ମାନଙ୍କର ଦାୟିତ୍ୱ ରହିଛି। ଛୋଟ ଭୁଲ୍ ପାଇଁ ଆମକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ। ୧୦୦ ପ୍ରତିଶତ ଲୋକ ଶୃଙ୍ଖଳିତ ହୋଇ ଘରେ ରୁହନ୍ତୁ।”
from Odisha Reporter https://ift.tt/2UYm14Z
No comments:
Post a Comment