ଲକ୍ଷ୍ମୌ: ରବିବାର ୧୭ ଜମାତିଙ୍କର ଏକାନ୍ତବାସ ଶେଷ ହେବା ପରେ ଜେଲକୁ ପଠାଇ ଦିଆଯାଇଛି। ଜେଲକୁ ପଠାଯିବା ପୂର୍ବରୁ ଉତ୍ତର ପ୍ରଦେଶ ବହରାଇଚ ମାଜିଷ୍ଟ୍ରେଟଙ୍କ ନିକଟରେ ୧୭ ଜମାତିଙ୍କୁ ହାଜର କରାଯାଇଥିଲା। ଏହି ଜମାତିମାନେ ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡର ନାଗରିକ। ଭାରତକୁ ଆସି ଏହି ଜମାତି ପାସପୋର୍ଟ ଏବଂ ଭିସାର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି।
ମୋଟ୍ ୨୧ ଜମାତିଙ୍କୁ ଉତ୍ତର ପ୍ରଦେଶ ପୁଲିସ ତାଜ ଏବଂ କୁରୈଶ ମସଜିଦରୁ ଗିରଫ କରିଥିଲା। ୨୧ ଜମାତିଙ୍କ ମଧ୍ୟରୁ ୧୭ ଜଣ ବିଦେଶୀ ଥିଲେ। ମାର୍ଚ୍ଚ ୩୧ରେ ଏମାନଙ୍କୁ ଏକାନ୍ତବାସରେ ରଖିଥିଲା ଉତ୍ତର ପ୍ରଦେଶ ପୁଲିସ। ଏ ସମସ୍ତଙ୍କର କରୋନା ପରୀକ୍ଷା ହୋଇଥିଲା। ରେଜଲ୍ଟ ନେଗେଟିଭ୍ ରହିଛି।
ଲକଡାଉନ୍ ବେଳେ ଧାର୍ମିକ ସମ୍ମିଳନୀ ଓ ଏକାଠି ନହେବାକୁ ନିୟମ ରହିଛି। ହେଲେ ଏହି ସମସ୍ତ ମସଜିଦରେ ଏକାଠି ହୋଇଥିବରୁ ପୁଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ପୁଲିସ ଆଇପିସିର ଧାରା ୨୬୯, ୨୭୦, ୨୭୧ ଆଦି ଲଗାଇଛି। ଏଥିସହ ପାସପୋର୍ଟ ନିୟମ ଉଲ୍ଲଂଘନ କରିଥିବାରୁ ବିଭିନ୍ନ ଦଫା ଲାଗିଛି।
from Odisha Reporter https://ift.tt/34wtKv6
No comments:
Post a Comment