ସରକାରଙ୍କ ପାଖରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ସରକାରଙ୍କ ପାଖରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କି!

ପ୍ରଜ୍ଞା ଚୌଧୁରୀ

ଆଜି ସାରା ବିଶ୍ୱ ନୋଭେଲ୍ କରୋନା ଭୂତାଣୁ ସହ ଯୁଦ୍ଧ କରୁଛି। ଚୀନର ଉହାନରୁ ଏହି ଭୂତାଣୁ ବ୍ୟାପି ଜାପାନ, କୋରିଆ, ମଧ୍ୟ-ପୂର୍ବ, ଅଷ୍ଟ୍ରେଲିୟା, ଦକ୍ଷିଣ-ଆମେରିକା, ୟୁରୋପ ଓ ଯୁକ୍ତରାଷ୍ଟ୍ରର ମେରୁଦଣ୍ଡ ବଙ୍କା କରିଚାଲିଛି। ଆମେରିକା ଭଳି ଶକ୍ତିଶାଳି ଦେଶର ମଧ୍ୟ ଜଡ଼ ଦୁର୍ବଳ ହୋଇଗଲାଣି। ଏଣୁ ଆମେରିକା ଏହାକୁ କରୋନା ଭୂତାଣୁ ନୁହେଁ ବରଂ ଚୀନ ଭୂତାଣୁ ବୋଲି କହୁଛି। ଉହାନ୍ ସହରର ଏକ କଞ୍ଚା ମାଂସ ଦୋକାନରୁ ବିଶ୍ୱ ମହାମାରୀର ପ୍ରଥମ ସଂକ୍ରମଣ ସାରା ଦୁନିଆରେ ଆଜି ମନୁଷ୍ୟ ସମାଜର ସତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରୁ ଭାରତ ମଧ୍ୟ ବାଦ୍ ଯାଇନି।

କୋଭିଡ୍-୧୯ ବିଶ୍ୱ ମହାମାରୀର ରୂପ ନେଇ ସାରା ଦୁନିଆର ଅର୍ଥ ବ୍ୟବସ୍ଥାରେ ବ୍ରେକ୍ ଲଗାଇଦେଇଛି। ଇଣ୍ଟରନ୍ୟାସନାଲ ମନିଟରି ଫଣ୍ଡ(ଆଇଏମଏଫ୍) କହିବା ଅନୁସାରେ, ୧୯୩୦ ତୁଳନାରେ ଆଗକୁ ବିଶ୍ୱର ଅର୍ଥ ବ୍ୟବସ୍ଥା ଆର୍ଥିକ ମାନ୍ଦାବାସ୍ଥାର ଚରମସୀମାରେ ପହଞ୍ଚିବ। ଏହାକୁ ଆଇଏମଏଫ୍ ଆର୍ଥିକ ମହାମାନ୍ଦାବସ୍ଥା ବୋଲି ଆଶଙ୍କା କରିଛି। ବିଶ୍ୱର ୧୭୦ ଦେଶରେ ମୁଣ୍ଡପିଛା ଆୟ ବଢ଼ିବା ବଦଳରେ ହ୍ରାସ ପାଇ ମାଇନସ୍ ଆଡ଼କୁ ଯିବ। ଏହା ଯୋଗୁ ବିକାଶଶୀଳ ଦେଶଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ରହିଛି।

ଯଦି ଆଇଏମଏଫର ଆଶଙ୍କା ବାସ୍ତବ ରୂପ ନିଏ, ସାରା ଦୁନିଆକୁ ବିରାଟ କ୍ଷତି ସହିବାକୁ ପଡ଼ିବ। ଭାରତକୁ ମଧ୍ୟ ଏହାର ମୁକାବିଲା କରିବା କଷ୍ଟକର ହୋଇଯିବ। ହେଲେ ବିଶେଷଜ୍ଞ ଓ ଅର୍ଥନୀତିଜ୍ଞଙ୍କ ଅନୁସାରେ ଚୀନ ଉପରେ ଆଗାମୀ ଭୟଙ୍କର ଆର୍ଥିକ ମହାମନ୍ଦାବସ୍ଥାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏପରିକି ଆଗାମୀ ଦିନରେ ଚୀନ ଦୁନିଆର ସବୁଠାରୁ ବଡ଼ ମହାଶକ୍ତି ହୋଇ ଛିଡ଼ା ହେବ ବୋଲି କୁହାଯାଉଛି। ଦୁନିଆର ଶକ୍ତିଶାଳୀ ଦେଶଗୁଡ଼ିକ କରୋନା ଭୂତାଣୁ ସହ ଲଢ଼ି ନିଜର ମେରୁଦଣ୍ଡ ସଜାଡ଼ିବା ଭିତରେ ଚୀନ ସମୁଦାୟ ଅର୍ଥ ବ୍ୟବସ୍ଥାକୁ ନିଜ ହାତ ମୁଠାରେ ଅକ୍ତିଆର କରିସାରିଥିବ।

ସୂଚନା ଥାଉ କି, ଆମେରିକାର ଷ୍ଟକ୍ ମାର୍କେଟ୍ କ୍ରାଶ୍ ହେବାରୁ ୧୯୩୦-୧୯୩୯ ପର୍ଯ୍ୟନ୍ତ ବିଶ୍ୱରେ ସବୁଠାରୁ ବଡ଼ ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା। ସେତେବେଳେ ଆମେରିକାର ଜନସଂଖ୍ୟା ୧୨ କୋଟି ଥିବାବେଳେ ୧୦ ପ୍ରତିଶତ ଲୋକ ବା ୧.୫ କୋଟି ଲୋକ ବେରୋଜଗାର ହୋଇଗଲେ। ତେବେ ବର୍ତ୍ତମାନ ୧୯୩୦ ଆର୍ଥିକ ସଙ୍କଟଠାରୁ ମଧ୍ୟ ଭୟଙ୍କର ସ୍ଥିତି ହୋଇପାରେ ବୋଲି ଆଶଙ୍କା କରିଛି ଆଇଏମଏଫ।

ପ୍ରକାଶଯୋଗ୍ୟ, ଉହାନରୁ ଆରମ୍ଭ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ଚୀନ ସଫଳ ହୋଇଛି। ନିକଟରେ ଉହାନରେ ସବୁକିଛି ପୂର୍ବଭଳି ଜାରି ରହିଛି। ଏହାସହ ଚୀନ କରୋନା ଭୂତାଣୁରେ କ୍ଷତିଗ୍ରସ୍ତ ଦେଶଗୁଡ଼ିକୁ ସଂକ୍ରମଣ ସ୍ଥିତି ମୁକାବିଲା ଲାଗି ଆତ୍ୟାଧୁନିକ ଉପକରଣମାନ ରପ୍ତାନୀ କରିବା ଆରମ୍ଭ କରିଦେଇଛି। କେବଳ ଏତିକି ନୁହେଁ ଲକଡାଉନ ସ୍ଥିତି ଯୋଗୁ ଆର୍ଥିକ ଭାବେ ଗଭୀର କ୍ଷତିଗ୍ରସ୍ତ ବିଦେଶୀ କମ୍ପାନୀଗୁଡ଼ିକର ଶେୟାର ଚୀନ କିଣିବା ଆରମ୍ଭ କରିଛି। ଶକ୍ତିଶାଳୀ ଦେଶଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବା ପରେ ଚୀନ ଏବେ ସେମାନଙ୍କ କମ୍ପାନୀଗୁଡ଼ିକର ମାଲିକ ହେବାକୁ ଯାଉଛି। ୟୁରୋପଭଳି ଦେଶର ବଡ଼ ବଡ଼ କମ୍ପାନୀଗୁଡ଼ିକୁ ଶସ୍ତାରେ ଚୀନ ନିଜ ନାଁରେ କିଣିବା ଆରମ୍ଭ କରିସାରିଲାଣି। ସ୍ପେନ୍, ଇଟାଲୀ ଭଳି ଦେଶକୁ ପ୍ରଚୁର ମାତ୍ରାରେ ମେଡିକାଲ ଉପକରଣ, ମାସ୍କ, ଭେଣ୍ଟିଲେଟର ଚଢ଼ା ଦରରେ ବିକୁଛି। ଚୀନର ଟାର୍ଗେଟ୍ ଏବେ ଅଷ୍ଟ୍ରେଲିଆ ଏବଂ ୟୁରୋପୀୟ ଦେଶ ଉପରେ। ତେବେ ଭାରତ ବଜାରରେ ବହୁ ପୂର୍ବରୁ ଚୀନ ନିଜର ଆଡ୍ଡା ଜମାଇସାରିଛି।

ଅପରପକ୍ଷରେ ଭାରତ ମଧ୍ୟ ଚୀନ ଭଳି ଏକ ଜନବହୁଳ ଦେଶ। ଏଣୁ ଚୀନ ଭଳି ଯଥାଶୀଘ୍ର ଭାରତରେ ସଂକ୍ରମଣ ରୋକିବାକୁ ହେବ। ଯେତେ ଶୀଘ୍ର କରୋନାରୁ ମୁକ୍ତି ମିଳିବ, ସେତେ ଶୀଘ୍ର ଦେଶ ଆର୍ଥିକ ସ୍ୱାସ୍ଥ୍ୟରେ ସୁଧାର ଆଣିପାରିବ। ବିଶ୍ୱ ସ୍ତରର ସ୍ଥିତି ଉପରେ ଏକ ତୀକ୍ଷ୍ମ ଦୃଷ୍ଟି ରଖି ଭାରତକୁ ସମାଧାନର ବାଟ ଖୋଜିବାକୁ ହେବ। କାରଣ ଦେଶରେ ବେରୋଜଗାର ବୃଦ୍ଧି ପାଇଥିବା ବେଳେ ଉଦ୍ୟୋଗୀମାନେ ମଧ୍ୟ ଚିନ୍ତାରେ ଅଛନ୍ତି। କୃଷି କ୍ଷେତ୍ରରେ ମଧ୍ୟ ସମାନ ଚିନ୍ତା ଲାଗି ରହିଛି। ଏବେ ପ୍ରଶ୍ନ ଉଠୁଛି, ଭାରତରେ ଲକଡାଉନ ପରେ କିଭିଳି ପରିସ୍ଥିତି ରହିବ? ବ୍ରେକ୍ ଲାଗିଥିବା ଅର୍ଥନୈତିକ ସ୍ୱାସ୍ଥ୍ୟକୁ ସୁଧାରିବା ସହିତ ଅନ୍ୟ ଦେଶଗୁଡ଼ିକ ସମନ୍ୱୟ କିଭଳି ରକ୍ଷା କରିପାରିବ? ନୀତି ଆୟୋଗ ଏବଂ ସରକାର ପରାମର୍ଶଦାତା ତଥା ବିଶେଷଜ୍ଞମାନେ କରୋନା ଜନିତ ଲକଡାଉନ ପରେ ଭାରତର ଆର୍ଥିକ ପୁନର୍ଗଠନ ଦିଗରେ ଗୁରୁତ୍ୱର ସହ ଚିନ୍ତା କରିବା ଉଚିତ୍। ସଂକ୍ରମଣ ସ୍ଥିତି ମୁକାବିଲା ସହ ଆର୍ଥିକ ପରିସ୍ଥିତି ସୁଧାରିବାକୁ ବର୍ତ୍ତମାନଠାରୁ ସରକାରଙ୍କ ପାଖରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ରହିବା ଦରକାର। ନଚେତ୍ ଆମେ ଶୋଇ ରହିଯିବା ଏବଂ ଅପ୍ରସ୍ତୁତ ଭାବେ ଆଶଙ୍କା କରାଯାଉଥିବା ଏହ ମହାମନ୍ଦାବସ୍ଥାର ଶିକାର ହୋଇଯିବା। ଏବେ ବି ସମୟ ଅଛି, ହାତଛଡ଼ା କରିବା ଉଚିତ୍ ନୁହେଁ।



from Odisha Reporter https://ift.tt/2y6znEj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages