ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେଲେ ବିଦ୍ୟା, ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେଲେ ବିଦ୍ୟା, ଭିଡିଓ ଭାଇରାଲ୍

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ସାରା ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ଅଛି। ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। ଆଉ ଏହି ଜରୁରୀ ସେବା କରୁଥିବା ଲୋକଙ୍କ ମଧ୍ୟରେ ରହିଛନ୍ତି ସଫେଇ କର୍ମଚାରୀ, ଯେଉଁମାନେ ପ୍ରତିଦିନ ଅଳିଆ ଆବର୍ଜନା ସଫା କରି ସହରକୁ ପରିଷ୍କାର ରଖୁଛନ୍ତି। ସେଥିପାଇଁ ବିଭିନ୍ନ ବର୍ଗର ଲୋକେ ସେମାନଙ୍କୁ ପ୍ରଶଂସା କରୁଛନ୍ତି। ଅଭିନେତ୍ରୀ ବିଦ୍ୟାବଲାନ ମଧ୍ୟ ଜଣେ ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ବିଦ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେଆର କରିଛନ୍ତି। ଏଥିରେ ଜଣେ ମହିଳା ସଫେଇ କର୍ମଚାରୀ ତାଙ୍କ କାର୍ଯ୍ୟରେ ନିମଗ୍ନ ଅଛନ୍ତି। ବିଦ୍ୟା ଭିଡିଓଟି ପୋଷ୍ଟ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମ୍ୟାଡମ୍ ଧନ୍ୟବାଦ। ଭଗବାନ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସହାୟ ହୁଅନ୍ତୁ।

ବିଦ୍ୟା ଏହି ଭିଡିଓଟିକୁ ତାଙ୍କ ଘର ବାଲ୍‌କୋନୀରୁ ଶୁଟ୍‌ କରିଛନ୍ତି। ସେହି ସମୟରେ ସଫେଇ କର୍ମୀ ଜଣଙ୍କ ଉପରକୁ ଦେଖୁଥିିବାର ଦେଖିବାକୁ ମିଳିଛି। ବିଦ୍ୟା ଭିଡିଓଟିକୁ ସୋଶାଲ୍‌ ମିଡିଆରେ ଶେଆର କରିବା ପରେ ଏହା ଭାଇରାଲ୍‌ ହେବାରେ ଲାଗିଛି।

ବିଦ୍ୟାଙ୍କ ପ୍ରଶଂସକମାନେ ଏଥିରେ ପ୍ରତିକ୍ରିୟା ଦେଇ କହିଛନ୍ତି ଆମେ ସମସ୍ତେ ବିଦ୍ୟାଙ୍କ ପରି ଧନ୍ୟବାଦ ଜଣେଇବାର ମନୋବୃତି ରଖିବା ଉଚିତ୍।

 

View this post on Instagram

 

Vidya being Vidya…!🥰🥰👌👍 #bollywood

A post shared by Vidya Balan Fan (@vidyabalanfan) on



from Odisha Reporter https://ift.tt/34dG2bY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages