ଭଦ୍ରକରେ ଖୋଲିବ ବହି ଓ ଫ୍ୟାନ୍ ଦୋକାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ଭଦ୍ରକରେ ଖୋଲିବ ବହି ଓ ଫ୍ୟାନ୍ ଦୋକାନ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାରେ ବହି ଦୋକାନ, ଫ୍ୟାନ୍ ଦୋକାନ, ମୋବାଇଲ୍ ରିଚାର୍ଜ ଦୋକାନ ଓ ରାଜପଥ କଡ଼ ଢାବା ଖୋଲିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକ୍‌ରେ କଟକଣା ଜାରି ରହିବ।

ଜିଲ୍ଲାର ବାକି ସବୁ ସ୍ଥାନରେ ବହି ଦୋକାନ ପ୍ରତିଦିନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ। ବିଦ୍ୟୁତ ଚାଳିତ ଫ୍ୟାନ ବିକ୍ରି ହେଉଥିବା ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ। ମୋବାଇଲ ରିଚାର୍ଜ ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ। ଏଥିସହ ଲୋକେ ସାମାଜିକ ଦୂରତ୍ୱ ରକ୍ଷା କରିବେ।

ହେଲେ କଣ୍ଟେନମେଣ୍ଟ ଜୋନରେ ମୋବାଇଲ ରିଚାର୍ଜ ଦୋକାନ ଖୋଲିବ ନାହିଁ। ତେଣୁ ଅନଲାଇନ ରିଚାର୍ଜ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଅପିଲ୍ କରିଛନ୍ତି।  ଏଥିସହ ଜାତୀୟ ରାଜପଥ କଡ଼ରେ ଅର୍ଥାତ୍ ରାଣୀତାଲରୁ ଆଖୁଆପଦା ଯାଏ ଢାବା ଖୋଲା ରହିବ। ସେଠାରେ ଲୋକଙ୍କୁ କେବଳ ଖାଦ୍ୟ ପାର୍ସଲ୍ କରି ନେଇଯିବାକୁ ଅନୁମତି ମିଳିଛି।  ଲୋକେ ଢାବାରେ ବସି ଖାଇ ପାରିବେ ନାହିଁ। ଢାବାରେ ଲୋକଙ୍କୁ ଶୌଚାଳୟ ସୁବିଧା ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରୁ ୧୧ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାସୁଦେବପୁରରୁ ୬, ଭଦ୍ରକରୁ ୩ ଏବଂ ଭଣ୍ଡାରୀପୋଖରୀରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ୧୧ଟି ପଞ୍ଚାୟତର ୪୪ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି।

 



from Odisha Reporter https://ift.tt/2Vt9kAv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages