ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦମଦାର୍ ଅଭିନୟ ବଳରେ ଆଜି ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀଙ୍କ ଭିତରେ ଗଣା ହେଉଛନ୍ତି। ଜଣେ ନିର୍ମାତା ଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଏବେ ସେ ୱେବ୍ ସିରିଜରେ ମଧ୍ୟ କାମ ଆରମ୍ଭ କରିଦେଇଛନ୍ତି। ତାଙ୍କ ପ୍ରଡକ୍ଶନ ହାଉସ ଖୁବଶୀଘ୍ର ଏକ ଧମାକେଦାର୍ ୱେବ୍ ସିରିଜ୍ ନେଇ ଆସୁଛି।
ଅନୁଷ୍କା ନିକଟରେ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ଏହି ୱେବ୍ ସିରିଜର ଏକ ଟିଜର ଶେଆର୍ କରିଛନ୍ତି। ଟିଜର ଦେଖି ଏହା ଜଣାପ଼ଡ଼ୁଛି ଯେ ଏଥିରେ ଅନେକ ଆକ୍ସନ ଏବଂ ଥ୍ରୀଲର ଦେଖିବାକୁ ମିଳିବ। ଅନୁଷ୍କା ନିଜର ପ୍ରଡକ୍ଶନ ହାଉସ ‘କ୍ଲିନ୍ ସେଲ୍ଟ ଫିଲ୍ମସ୍’କୁ ନିଜ ଭାଇ କର୍ନେଶ ଶର୍ମାଙ୍କ ସହ ମିଶି ତିଆରି କରିଛନ୍ତି। ଏହି ପ୍ରଡକ୍ଶନ ହାଉସ ‘NH-10’ ଓ ‘ପରୀ’ ଭଳି ଫିଲ୍ମ ତିଆରି କରିସାରିଛି। ବର୍ତ୍ତମାନ ଏହା ପ୍ରଥମଥର ପାଇଁ ଆମାଜନ ପ୍ରାଇମ ଅରିଜିନାଲରେ ଏକ ୱେବ୍ ସିରିଜ୍ ନେଇ ଆସୁଛି। ବର୍ତ୍ତମାନ ସୁଦ୍ଧା ଏହାର ଟାଇଟଲ୍ ଫାଇନାଲ ହୋଇନାହିଁ। ହେଲେ ଏହାର ଟିଜର୍ ଦେଖିବା ପରେ ପ୍ରଶଂସକଙ୍କ ମନରେ ଏହାକୁ ନେଇ ଉତ୍ସାହ ବଢ଼ିଯାଇଛି।
ଏହି ସିରିଜର କାହାଣୀକୁ ‘NH-10’ ଓ ‘ଉଡତା ପଞ୍ଜାବ’ ପରି ଫିଲ୍ମର ଲେଖକ ସୁଦୀପ ଶର୍ମା ପ୍ରସିଦ୍ଧ ସିରିଜ୍ ରାଇଟର୍ ହାର୍ଦ୍ଦିକ୍ ମେହେତାଙ୍କ ସହ ମିଶି ଲେଖୁଛନ୍ତି। ଏଥିରେ ଲିଡ୍ ରୋଲରେ ଜୟଦୀପ ଅହଲାବତ, ଅଭିଷେକ ବାନାର୍ଜି, ନିରଜ କବି ଓ ଗୁଲ୍ ପନାଗ ପ୍ରଭୃତି ନଜର ଆସିବେ। ତେବେ ସିରିଜର ସ୍କ୍ରିପ୍ଟ କାମ ସରିଲେ ଓ ଲକଡାଉନ୍ ଉଠିଗଲେ ଏହାର ଶୁଟିଂ ଆରମ୍ଭ ହୋଇଯିବ।
ସୂଚନାଯୋଗ୍ୟ, ଅନୁଷ୍କା ଶେଷ ଥର ପାଇଁ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଜିରୋ’ରେ ଶାହରୁଖ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିଥିଲେ। ଏହା ପରେ ସେ ଦୀର୍ଘ ସମୟ ଧରି ବଡ ପରଦାରେ ଦେଖା ଦେଇନାହାନ୍ତି।
from Odisha Reporter https://ift.tt/3eIK5lh
No comments:
Post a Comment