କେନ୍ଦ୍ର ସରକାରଙ୍କୁ ଚେକ ଦେବାକୁ ପ୍ରଶାନ୍ତ କିଶୋରଙ୍କୁ ଦିଦିଙ୍କ ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

କେନ୍ଦ୍ର ସରକାରଙ୍କୁ ଚେକ ଦେବାକୁ ପ୍ରଶାନ୍ତ କିଶୋରଙ୍କୁ ଦିଦିଙ୍କ ଡାକରା

କୋଲକାତା: କରୋନା ମୁକାବିଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ କେନ୍ଦ୍ର ଓ ବିଜେପିର ଘନଘନ ଆକ୍ରମଣକୁ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ଡାକରା ପଠାଇଛନ୍ତି। ପଶ୍ଚିମବଙ୍ଗରେ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କ ପାଇଁ ‘ବଙ୍ଗାଲର ଗର୍ବ ମମତା’ ନଁରେ ପ୍ରଚାର ଆରମ୍ଭ କରିଥିଲେ।

ଏହା ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ବେଳେ ହଠାତ୍‌ ଲକଡାଉନ ଲାଗୁ ହେବାରୁ ସବୁ କିଛି ଠପ ହୋଇଯାଇଛି। ଏହାପରେ ପ୍ରଶାନ୍ତ କିଶୋର ଦିଲ୍ଲୀରେ ରହିଥିଲେ। ତେବେ ଦିଦିଙ୍କ ଡାକରା ପାଇଁ ପ୍ରଶାନ୍ତ କିଶୋର କାରଗୋ ବିମାନରେ ପଶ୍ଚିମବଙ୍ଗରେ ପହଞ୍ଚି ଯାଇଛନ୍ତି।

ଗୋଟିଏ ପଟେ ରାଜ୍ୟରେ ଲକଡାଉନକୁ ମମତା ସରକାର କେମିତି ଲାଗୁ କରିଛନ୍ତି, ତା’ର ସମୀକ୍ଷା କରିବାକୁ ମୋଦି ସରକାର ମନ୍ତ୍ରୀ ସ୍ତରୀୟ ଟିମ ପଠାଇଥିବା ବେଳେ ଅନ୍ୟପଟେ ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ପ୍ରଶାନ୍ତ କିଶୋର ତୁରନ୍ତ ବେଙ୍ଗଲ ଆସନ୍ତୁ ବୋଲି ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ମେସେଜ କରିଥିଲେ।

ଏବେ ପ୍ରଶାନ୍ତ କିଶୋରଙ୍କ ପରାମର୍ଶକ୍ରମେ ମମତା ସରକାର ମୋଦି ସରକାର ଓ ବିଜେପିର ସମସ୍ତ ଅଭିଯୋଗକୁ ସୋଶାଲ ମିଡିଆ ଓ ଗଣମାଧ୍ୟମରେ କାଉଣ୍ଟର ଆଟାକ କରିବ।

ମମତା ସରକାର କରୋନା ମୁକାବିଲାରେ ଫେଲ ମାରିଛନ୍ତି ଓ ଠିକ ଭାବେ ଟେଷ୍ଟ କରୁନାହାନ୍ତି ବୋଲି ବିଜେପିର ଆଇଟି ସେଲ ସୋଶାଲ ମିଡିଆରେ ପ୍ରଚାର କରୁଛି। ସେହିପରି ପିଡିଏସ୍‌ ସାମଗ୍ରୀଗୁଡ଼ିକୁ ମମତା ସରକାର ଦଳୀୟ ଭିତ୍ତିରେ ବଣ୍ଟନ କରୁଛନ୍ତି ଓ ଏଥିରୁ ରାଜନୀତିକ ଫାଇଦା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି।

ବିଶେଷ କରି ମୁସଲିମ ବସ୍ତି ଗୁଡ଼ିକରେ ମମତା ଲକଡାଉନ ନିୟମକୁ କୋହଳ କରି ଜମାତିମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ବୋଲି ମଧ୍ୟ ବିଜେପି ଭିଡିଓ ଜରିଆରେ ଲୋକଙ୍କୁ ବାର୍ତ୍ତା ଦେଉଛି। ବିଜେପିର ଏହିସବୁ ଅଭିଯୋଗକୁ କାଉଣ୍ଟର କେମିତି କରାଯିବ, ତା’ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର।



from Odisha Reporter https://ift.tt/2RXBoKg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages