ଫ୍ରାନ୍ସରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ମୃତ୍ୟୁସଂଖ୍ୟା, ଗୋଟିଏ ଦିନରେ ୮୩୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଫ୍ରାନ୍ସରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ମୃତ୍ୟୁସଂଖ୍ୟା, ଗୋଟିଏ ଦିନରେ ୮୩୩ ମୃତ

ପ୍ୟାରିସ: ମହାମାରୀ କରୋନା ଭାଇରସ ୟୁରୋପୀୟ ଦେଶ ଫ୍ରାନ୍ସରେ କାୟା ବିସ୍ତାର କରି ଚାଲିଛି। ଏଠାରେ ପ୍ରତିଦିନ ହୁହୁ ହୋଇ ମୃତ୍ୟୁସଂଖ୍ୟା ବଢ଼ି ଛାଲିଛି। ଗତ ୨୪ ଘଣ୍ଟାରେ କରୋନା ଯୋଗୁ ଏଠାରେ ୮୩୩ ଜଣଙ୍କ ମୁଣ୍ଡ ଗଡ଼ିଛି। ବିଭିନ୍ନ ହସ୍ପିଟାଲ ଓ ନର୍ସିଂ ହୋମରେ ଚିକିତ୍ସିତ ହେଉଥିବା ଏହି ଲୋକମାନେ ପ୍ରାଣ ହରାଇବା ପରେ ଦେଶର ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି।

ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଓଲିଭିୟର ଭେରାନ କହିଛନ୍ତି, “କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୭ରୁ ଦେଶରେ ଲକଡାଉନ କରାଯାଇଥିଲା। ତଥାପି ପ୍ରତିଦିନ ଏଠାରେ ଶହଶହ ଲୋକଙ୍କ ଜୀବନ ଯାଉଛି। ୨୪ ଘଣ୍ଟାରେ ୮୩୩ ଜଣ ପ୍ରାଣ ହରାଇବା ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮,୯୧୧ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୯୮,୦୧୦ ରହିଛି। ଏମାନଙ୍କ ମଧ୍ୟରୁ ୧୭,୨୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫୧୭୧ଟି ନୂଆ କରୋନା ଜନିତ ମାମଲା ସାମ୍ନାକୁ ଆସିଛି। ଏପ୍ରିଲ ୪ରେ ଦେଶରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଥିଲା। ୪ ତାରିଖରେ ୭, ୭୮୮ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୫୩ ଜଣ ଲୋକ ପ୍ରାଣ ହରାଇଥିଲେ।”



from Odisha Reporter https://ift.tt/2XqNbEv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages