ଦେଶର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ କେସିଆରଙ୍କ ଅନୁରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଦେଶର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ କେସିଆରଙ୍କ ଅନୁରୋଧ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ମାର୍ଚ୍ଚ ୨୫ରୁ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଲକଡାଉନ ସତ୍ତ୍ୱେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲକଡାଉନ ସମୟସୀମାକୁ ବୃଦ୍ଧି କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।

ଟିଆରଏସ ମୁଖ୍ୟ କେସିଆର କହିଛନ୍ତି, “ଏପ୍ରିଲ ୧୪ରେ ଶେଷ ହେଉଥିବା ଲକଡାଉନକୁ ବୃଦ୍ଧି କରାଯିବା ଦରକାର। କାରଣ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିବା ଜରୁରୀ। ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା, ଯଦି ଏପରି ସ୍ଥିତିରେ କରୋନେ ମହାମାରୀ ବ୍ୟାପିବ ତା’ହେଲେ ଏହାକୁ ରୋକିବା କଷ୍ଟକର ହୋଇଯିବ।

ସେଥିପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଅବଧିକୁ ବୃଦ୍ଧି କରନ୍ତୁ। ଆମେ ପରବର୍ତ୍ତୀ ସମୟରେ ଅର୍ଥନୀତିକ ସମସ୍ୟାରୁ ମୁକୁଳି ପାରିବା। କିନ୍ତୁ ଆମେ କେବେ ହେଲେ କାହାକୁ ପରବର୍ତ୍ତୀ ସମୟରେ ଜୀବନ ଦେଇପାରିବା ନାହିଁ। କରୋନା ବିରୋଧରେ ଏକମାତ୍ର ଅସ୍ତ୍ର ହେଲା ଲକଡାଉନ। ତେଣୁ ମୁଁ ସମ୍ମାନୀୟ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ତୁରନ୍ତ ଲକଡାଉନ ଅବଧି ବୃଦ୍ଧି କରିବାକୁ ନିବେଦନ କରୁଛି।”



from Odisha Reporter https://ift.tt/3bUu8WU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages