ଭାଇଙ୍କ ସହ ଏମିତି ମସ୍ତି କରୁଛନ୍ତି ସାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 9, 2020

ଭାଇଙ୍କ ସହ ଏମିତି ମସ୍ତି କରୁଛନ୍ତି ସାରା

ମୁମ୍ବାଇ: ସାରା ଦେଶ ଲକଡାଉନ୍, ଯେଉଁଥିପାଇଁ ବଲିଉଡ୍ ତାରକାମାନେ ଏବେ ଘରେ ହିଁ ରହୁଛନ୍ତି। ତେବେ ସମୟ ବିତାଇବାକୁ ଘରେ ହିଁ କିଛି ମନୋରଞ୍ଜନର ମାଧ୍ୟମ ଖୋଜି ଖୁସି ଓ ବ୍ୟସ୍ତ ରହିବାକୁ ଚେଷ୍ଟା କରୁଛନ୍ତି। ଲକଡାଉନ ବେଳେ ପ୍ରାୟ ସବୁଦିନେ ତାରକାମାନଙ୍କ ନିଆରା ଭିଡିଓମାନ ସୋଶାଲ ମିଡିଆରେ ଦେଖିବାକୁ ମିଳିଥାଏ, ଯାହାକୁ ଫ୍ୟାନମାନେ ଦେଖି ମଧ୍ୟ ଖୁବ୍ ଖୁସି ହେଉଛନ୍ତି।
ଲକଡାଉନ୍ ପାଇଁ ଚୁଲବୁଲି ସାରା ଅଲୀ ଖାନଙ୍କ ମସ୍ତି ଏବେ ଘରର ପରିସର ଭିତରେ ହିଁ ରହିଯାଉଛି। ଘରେ ରହି ମଧ୍ୟ ସେ ଖୁବ୍ ମଜାମସ୍ତି କରୁଥିବା ଦେଖିବାକୁ ମିଳିଛି। ଏନେଇ ସେ ଲଗାତାର ନିଜର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଶେୟାର କରୁଛନ୍ତି | ନିକଟରେ ସାରା ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଭାଇ ଇବ୍ରାହିମ ଅଲୀ ଖାନଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି।
ଭିଡିଓରେ ସାରା ତାଙ୍କ ଭାଇଙ୍କ ସହ ଖେଳୁଥିବା ନଜର ଆସିଛନ୍ତି। ଏହି ପୋଷ୍ଟ କରି ସେ ଲେଖିଛନ୍ତି, “ଥ୍ରୋବ୍ୟାକ୍, ଯେତେବେଳେ ବି ତୁମେ ପାରିବ। କିନ୍ତୁ ବର୍ତ୍ତମାନ ଘରେ ରୁହ, ସୁରକ୍ଷିତ ରୁହ ଏବଂ ଠକ୍ ଠକ୍ କର ନାହିଁ।” ଅଭିନେତ୍ରୀଙ୍କ ଏହି ଭିଡିଓ ପାଇଁ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି | କେବଳ ଏତିକି ନୁହେଁ ଅନେକ ପ୍ରଶଂସକ ଭାଇ-ଭଉଣୀଙ୍କ ଯୋଡ଼ିକୁ ପସନ୍ଦ ମଧ୍ୟ କରିଛନ୍ତି।
ଏଠାରେ କହି ରଖୁଛୁ ଯେ, ସାରା ଆଗକୁ ‘କୁଲି ନମ୍ବର ୱାନ୍’ ଫିଲ୍ମରେ ନଜରକୁ ଆସିବେ | ଫିଲ୍ମରେ ବରୁୁଣ ଧାଓ୍ୱନଙ୍କୁ ତାଙ୍କ ଅପୋଜିଟରେ ଦେଖିବାକୁ ମିଳିବ।


from Odisha Reporter https://ift.tt/2VcKjZ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages