ଏପ୍ରିଲ ୫ ଧୋନିଙ୍କ ପାଇଁ ଖାସ, କିଛି ସ୍ମରଣୀୟ ଇନିଂସ ଉପରେ ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ଏପ୍ରିଲ ୫ ଧୋନିଙ୍କ ପାଇଁ ଖାସ, କିଛି ସ୍ମରଣୀୟ ଇନିଂସ ଉପରେ ନଜର

ନୂଆଦିଲ୍ଲୀ: ଆଜିକୁ ଠିକ୍ ୧୫ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନି ତାଙ୍କ ଅନ୍ତର୍ଜାତୀୟ କ୍ରିକେଟର ପ୍ରଥମ ଶତକ ହାସଲ କରିଥିଲେ। ଏହି ଶତକ ଜରିଆରେ ଧୋନି ଭାରତ ପାଇଁ ନୂଆ ଉଦୟମାନ ତାରକା ହୋଇ ସାମ୍ନାକୁ ଆସିଥିଲେ। ଏହି ପ୍ରଥମ ଅନ୍ତର୍ଜାତୀୟ ଶତକ ପରେ ଧୋନି ଆଉ ପଛକୁ ଫେରି ଚାହିଁନାହାନ୍ତି।

ବର୍ତ୍ତମାନ ସୁଦ୍ଧା ୩୫୦ଟି ଦିନିକିଆରେ ଧୋନି ୧୦,୭୭୩ ରନ କରିଛନ୍ତି। ଏଥିରେ ୧୦ଟି ଶତକ ରହିଛି। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୮୩ ହୋଇଥିବା ବେଳେ ସେ ୫୦.୫୭ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ଧୋନି ୨୦୧୯ ବିଶ୍ୱକପ ପରଠାରୁ ଭାରତ ପାଇଁ ଖେଳି ନାହାନ୍ତି।

ତଥାପି ଆସନ୍ତୁ ଜାଣିବା ଧୋନିଙ୍କ ଦିନିକିଆ କ୍ୟାରିୟରର କିଛି ସ୍ମରଣୀୟ ଇନିଂସ ଉପରେ ନଜର ପକାଇବା-

୨୦୦୫ ଏପ୍ରିଲ ୫: ପାକିସ୍ତାନ ବିପକ୍ଷରେ ଧୋନି ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ମାତ୍ର ୧୨୩ ବଲରେ ୧୫ଟି ଚୌକା ଓ ୪ଟି ଛକା ଜରିଆରେ ସେ ୧୪୮ ରନ୍‌ର ଇନିଂସ ଖେଳିଥିଲେ। ପ୍ରଥମ ୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଫ୍ଲପ ହୋଇଥିବା ଧୋନି ପାକିସ୍ତାନ ବିପକ୍ଷରେ ଦମଦାର କମବ୍ୟାକ କରିଥିଲେ। ପୂର୍ବରୁ ୫ ନଂ କିମ୍ବା ୬ ନଂରେ ଆସୁଥିବା ଧୋନି ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନିର୍ଦ୍ଦେଶକ୍ରମେ ଏହି ମ୍ୟାଚ୍‌ରେ ୩ନଂରେ ବ୍ୟାଟିଂ କରିବାକୁ ଆସିଥିଲେ।

୨୦୦୫ ଅକ୍ଟୋବର ୩୧: ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚରେ ଧୋନି ୧୪୫ ବଲରେ ୧୮୩ ରନର ଅପରାଜିତ ଇନିଂସ୍ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି ଇନିଂସରେ ସେ ୧୫ଟି ଚୌକା ଓ ୧୦ଟି ବିଶାଳ ଛକା ମାରିଥିଲେ। ଶ୍ରୀଲଙ୍କା ଦେଇଥିବା ୨୯୯ ରନର ଟାର୍ଗେଟକୁ ଭାରତ ପିଛା କରୁଥିଲା। ତେବେ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ୨୩ ବଲ ପୂର୍ବରୁ ମ୍ୟାଚକୁ କବଜା କରି ନେଇଥିଲା।

୨୦୧୧, ଏପ୍ରିଲ ୨: ଏହି ମ୍ୟାଚ୍‌ କଥା ସମସ୍ତଙ୍କର ମନେଥିବ। କାରଣ ବିଶ୍ୱକପ ଫାଇନାଲରେ ଧୋନିଙ୍କ ଛକାରେ ହିଁ ଭାରତ ଦୀର୍ଘ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା। ଏହି ମ୍ୟାଚ୍‌ରେ ଧୋନି ୪ନଂରେ ବ୍ୟାଟିଂ କରିବାକୁ ଆସି ଅପରାଜିତ ୯୧ ରନ୍‌ର ଇନିଂସ ଖେଳିଥିଲେ। ଶ୍ରୀଲଙ୍କା ବିପକ୍ଷ ଏହି ଫାଇନାଲ ମ୍ୟାଚରେ ସେ ୭୯ଟି ବଲରେ ୮ଟି ଚୌକା ଓ ୨ଟି ଛକା ସହାୟତାରେ ୯୧ ରନ୍‌ର ଇନିଂସ ଖେଳିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବିଶ୍ୱକପରେ ଧୋନି ଫାଇନାଲ ଯାଏ ଆଦୌ ବଡ଼ ଇନିଂସ ଖେଳି ନଥିଲେ। କିନ୍ତୁ ‍ଫାଇନାଲରେ ଶ୍ରୀଲଙ୍କାର ସ୍ପିନର ମାନଙ୍କୁ କାଉଣ୍ଟର କରିବା ପାଇଁ ଧୋନି ୪ନଂରେ ବ୍ୟାଟିଂ କରିବାକୁ ଆସିଥିଲେ।

୨୦୧୩ ଅକ୍ଟୋବର ୧୯: ଅଷ୍ଟ୍ରେଲିଆ ବିପକ୍ଷ ମୋହାଲି ଦିନିକିଆରେ ଧୋନି ୧୨୧ ବଲରେ ୧୩୯ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ୧୧୪.୮୭ ଷ୍ଟ୍ରାଇକ ରେଟ୍‌ରେ ରନ୍‌ କରିଥିବା ଧୋନି ୧୨ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ। ଭାରତ ଏକଦା ଏହି ମ୍ୟାଚ୍‌ରେ ୬ ୱିକେଟ ହରାଇ ୧୫୪ ରନ୍ କରିଥିଲା। ହେଲେ ଧୋନି ନିଜର ଦକ୍ଷତା ବଳରେ ଭାରତକୁ ୩୦୦ ପାର କରାଇଥିଲେ।

୨୦୧୩ ଜୁଲାଇ ୧୧: ଶ୍ରୀଲଙ୍କା ବିପକ୍ଷ ତ୍ରିପାକ୍ଷିକ ସିରିଜ୍‌ର ଫାଇନାଲ ମ୍ୟାଚ୍‌ରେ ଧୋନି ୪୫ ରନ୍‌ର ଅପରାଜିତ ଇନିଂସ ଖେଳି ଭାରତକୁ ଚାମ୍ପିୟନ କରାଇଥିଲେ। ଭାରତ ୨୦୨ ରନ୍‌ର ଟାର୍ଗେଟ ପାଇଥିଲେ ହେଁ ଦଳ ୧୬୭ରେ ୮ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଧୋନି ଶାନ୍ତ ମସ୍ତିଷ୍କରେ ବ୍ୟାଟିଂ କରିବା ସହ ଶେଷ ଓଭର ଯାଏ ମ୍ୟାଚ୍‌କୁ ନେଇଥିଲେ। ଭାରତକୁ ଶେଷ ଓଭରରେ ୧୫ ରନ ଦରକାର ଥିଲା। ଶ୍ରୀଲଙ୍କାର ଶାମିନ୍ଦା ଏରାଙ୍ଗଙ୍କୁ ଶେଷ ଓଭର ବୋଲିଂ କରିବାକୁ ମିଳିଥିଲା। ହେଲେ ଧୋନି ଶେଷ ଓଭରର ଦ୍ୱିତୀୟ, ତୃତୀୟ ଓ ୪ର୍ଥ ବଲରେ ଯଥାକ୍ରମେ ୬,୪ ଓ ୬ ମାରି ଭାରତକୁ ୧ ୱିକେଟରେ ରୋମାଞ୍ଚକର ବିଜୟ ଦେଇଥିଲେ।

୨୦୧୨, ଫେବୃଆରୀ ୧୨: ପୁଣି ଥରେ ଧୋନିଙ୍କ ଶେଷ ଓଭର ମ୍ୟାଚ୍‌ ଜିତାଇବାର କୌଶଳ ସାରା ବିଶ୍ୱ ଦେଖିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍‌ରେ ଧୋନି ଅପରାଜିତ ୪୪ ରନର ଇନିଂସ୍‌ ଖେଳିଥିଲେ। ଶେଷ ଓଭରରେ ଭାରତ ଜିତିବା ପାଇଁ ୧୩ ରନ୍ ଆବଶ୍ୟକ କରୁଥିଲା। ଅଷ୍ଟ୍ରେଲିଆ ପକ୍ଷରୁ କ୍ଲିଣ୍ଟ ମ୍ୟାକେ ବୋଲିଂ କରୁଥିଲେ। ତେବେ ଧୋନି ଛକା ମାରି ଭାରତକୁ ମ୍ୟାଚ୍‌ ଜିତାଇଥିଲେ।



from Odisha Reporter https://ift.tt/3aMu8In

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages