ରାଜଧାନୀରେ ସାନିଟାଇଜ୍‌ ହେବ ୧୦ଟି ହାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ରାଜଧାନୀରେ ସାନିଟାଇଜ୍‌ ହେବ ୧୦ଟି ହାଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି୧୦ଟି ହାଟ ସାନିଟାଇଜ ହେବ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଓ ଫାୟାର ସର୍ଭିସ୍‌ ଏହି କାମ କରିବ। ଦିନକୁ ଦିନ ‘କରୋନା’ କାୟା ବିସ୍ତାର କରୁଥିବା ଦେଖି ଏପରି ପଦକ୍ଷେପ ନେଇଛି। ସାନିଟାଇଜ୍‌ ହେବାକୁ ଥିବା ହାଟ ଗୁଡ଼ିକ ହେଲା- ୟୁନିଟ୍-୧ ହାଟ, ୟୁନିଟ-୪ ମାର୍କେଟ, ମାଛ ମାର୍କେଟ, ସହିଦ ନଗର ଡେଲି ମାର୍କେଟ, ରୁଚିକା, ଇନ୍ଦ୍ରଧନୁ ମାର୍କେଟ, ଡମଣା ହାଟ, ୟୁନିଟ୍-୩ ଡେଲି ମାର୍କେଟ, ଗଣ୍ଡମୁଣ୍ଡା ଡେଲି ମାର୍କେଟ, ବିଜେବି ନଗର ହାଟ ଓ ମା କୋଚିଲେଇ ହାଟ ସାନିଟାଇଜ ହେବ।

ସୂଚନାରୁ ପ୍ରକାଶ, ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଯାହାକୁ ଦେଖି ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଲକ୍‌ଡାଉନ୍‌ ଭିତରେ ରାଜ୍ୟ ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌କୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଶଟ୍‌ଡାଉନ୍‌ ଅବଧି ଆଜି ରାତିରେ ସରୁଛି। ଅନ୍ୟପକ୍ଷରେ ‘କରୋନା’ ରୋଗୀ ଚିହ୍ନଟ ହୋଇଥିବା ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ତେବେ ରାଜଧାନୀରେ ଥିବା ହାଟ୍‌ ଗୁଡ଼ିକରେ ‘କରୋନା’ ଭାଇରସ୍‌ ବ୍ୟାପିଥିବା ସନ୍ଦେହ କରି ରାଜ୍ୟ ସରକାର ସାନିଟାଇଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2xPrbrU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages