ଆଜି ରାତି ୯ଟା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ କହିଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ଆଜି ରାତି ୯ଟା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ କହିଲେ ବିରାଟ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତରେ ନିର୍ଣ୍ଣାୟକ ଯୁଦ୍ଧ ଚାଲିଛି। ଭାରତୀୟମାନେ ଏକାଠି ହୋଇ ଏହା ବିରୋଧରେ ଲଢ଼େଇ କରୁଛନ୍ତି। ଏହାକୁ ପ୍ରମାଣିତ କରିବା ପାଇଁ ଆଜି ରାତି ୯ଟାରେ ୯ ମିନିଟ୍‌ ପାଇଁ ସମସ୍ତେ ଲାଇଟ ବନ୍ଦ କରି ଘର ଆଗରେ ବା ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ କିମ୍ବା ମୋବାଇଲ ଫ୍ଲାଶ ଲାଇଟ ଜଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି।

ଏହାକୁ ସମର୍ଥନ କରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ସମସ୍ତଙ୍କୁ ଏକାଠି ହେବାକୁ କହିଛନ୍ତି। ଭାରତର ଏକତା ଓ ସ୍ୱାସ୍ଥ୍ୟ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସମସ୍ତେ ଆଜି ରାତି ୯ଟାରେ ଏକାଠି ହେବା ବୋଲି ବିରାଟ କହିଛନ୍ତି।

ବିରାଟ ଟ୍ୱିଟ କରି କହିଛନ୍ତି, “ଷ୍ଟାଡିୟମର ଶକ୍ତି ତା’ର ଫ୍ୟାନ ମାନଙ୍କ ହାତରେ। ସେହିପରି ଭାରତର ଏକତା ଦେଶବାସୀଙ୍କ ହାତରେ। ଆଜି ରାତି ୯ଟାରେ ୯ ମିନିଟ୍‌ ପାଇଁ ଆମେ ଏକାଠି ଅଛୁ ବୋଲି ସାରା ବିଶ୍ୱକୁ ଜଣାଇବା। ସ୍ୱାସ୍ଥ୍ୟ ଯୋଦ୍ଧା ମାନଙ୍କୁ ଜଣାଇ ଦେବା ଯେ ଆମେ ସେମାନଙ୍କ ପଛରେ ରହିଛୁ। ଟିମ ଇଣ୍ଡିଆ ଏକାଠି ହୁଅନ୍ତୁ।”



from Odisha Reporter https://ift.tt/3dVqKgj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages