ମୃତ୍ୟୁ ଖବର ମିଛ, କିମ୍ ଜଙ୍ଗ୍ ଜୀବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ମୃତ୍ୟୁ ଖବର ମିଛ, କିମ୍ ଜଙ୍ଗ୍ ଜୀବିତ

ସିଅଲ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ ତଥା ଦେଶର ସୁପ୍ରିମ୍ ଲିଡର କିମ୍ ଜଙ୍ଗ ଜନ୍ ସୁସ୍ଥ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଓ ମୃତ୍ୟୁକୁ ଅନେକ ସାରା ବିଶ୍ୱରେ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ସେ ତାଙ୍କ ଦେଶର ନିର୍ମାଣାଧୀନ ଶ୍ରମିକଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ବାର୍ତ୍ତା ଜାରି କରିଛନ୍ତି। ଉତ୍ତର କୋରିଆ ସରକାରଙ୍କ ଗଣମାଧ୍ୟମରେ ଏହି କିମ୍ ଜଙ୍ଗଙ୍କ ଏହି ବାର୍ତ୍ତା ଜାରି ହୋଇଛି। ତେବେ ତାଙ୍କର କୌଣସି ଫଟୋ କି ଭିଡିଓ ଜାରି କରିନି ଉତ୍ତର କରୋଆର ଗଣମାଧ୍ୟମ। ତେଣୁ ସେ ଅସୁସ୍ଥ ଥାଇପାରନ୍ତି ବୋଲି ଜଣାପଡ଼ିଛି।

ଉତ୍ତର କୋରିଆର ଇଷ୍ଟ କୋଷ୍ଟ ଜୋନରେ ଥିବା ଓ୍ୱନସାନ-କଲମା ଏବେ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହୋଇଛି। ଏଥିରେ ନିୟୋଜିତ ଥିବା ଦେଶର ନିର୍ମାଣାଧୀନ ଶ୍ରମିକଙ୍କ ପ୍ରତି କୃତଜ୍ଞତା ଜାରି କରିଛନ୍ତି କିମ୍ ଜଙ୍ଗ। ଏ ନେଇ ଉତ୍ତର କୋରିଆର ଖବର ସରବରାହ ସଂସ୍ଥା ୟୋନହପ ପକ୍ଷରୁ ସୂଚନା ମିଳିଛି। ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ମଧ୍ୟ ସମାନ କଥା କହିଛି।

ଉତ୍ତର କୋରିଆର ପଡ଼ୋଶୀ ଦେଶ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜାଏ-ଇନଙ୍କ ନିକଟତମ ବ୍ୟକ୍ତି ମଧ୍ୟ ଶନିବାର ଫକ୍ସ ନ୍ୟୁଜକୁ ସାକ୍ଷାତକାର ଦେଇ କହିଥିଲେ, ଜଙ୍ଗ ସୁସ୍ଥ ରହିଛନ୍ତି। ଦୁଇ ଦେଶ ପରସ୍ପରର ପଡ଼ୋଶୀ ହୋଇଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭାରତ ଓ ପାକିସ୍ତାନ ଭଳି ରହିଛି। ହେଲେ ଅନେକ କ୍ଷେତ୍ରରେ ଉତ୍ତର କୋରିଆର ଖବର ଦକ୍ଷିଣ କୋରିଆ ମାଧ୍ୟମରେ ମିଳିଥାଏ।

ଅନ୍ତିମଥର ପାଇଁ ଉତ୍ତର କୋରିଆବାସୀ ଏପ୍ରିଲ ୧୫ରେ କିମଙ୍କୁ ତାଙ୍କ ଜେଜେ ବାପା ତଥା କିମ୍ ସୁଙ୍ଗଙ୍କ ଜୟନ୍ତୀରେ ଦେଖିବାକୁ ପାଇଥିଲେ। ଉତ୍ତର କୋରିଆର ପ୍ରତିଷ୍ଠାତା ହେଉଛନ୍ତି କିମ୍ ସୁଙ୍ଗ୍। ୨୦୧୧ରେ କିମ୍ ଜଙ୍ଗଙ୍କ ବାପାଙ୍କ ଦେହାନ୍ତ ପରେ ସେ ଏହି ଜୟନ୍ତୀରେ ଯୋଗ ଦେଇ ଆସୁଛନ୍ତି। ଉତ୍ତର କୋରିଆ ଏହି ଏପ୍ରିଲ ୧୫କୁ ଉତ୍ସବ ଭାବେ ପାଳନ କରେ।

ହେଲେ ଶନିବାର (ଏପ୍ରିଲ ୨୫) ଉତ୍ତର କୋରିଆରେ ସେନାର ପ୍ରତିଷ୍ଠା ଦିବସ ଥିଲା। ଏହି ଅବସରରେ କିମ ଅନୁପସ୍ଥିତ ଥିଲେ। ଏହାପରେ କିମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା।
କିମ ଜଙ୍ଗ ଉନ୍ ହେଉଛନ୍ତି ଏଭଳି ଜଣେ ଏକଛତ୍ରବାଦ ଶାସକ ଯିଏକି ଆମେରିକାକୁ ମଧ୍ୟ ନିଜ ସର୍ତ୍ତ ଆଗରେ ନରମିବାକୁ ବାଧ୍ୟ କରିଥିଲେ। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କିମ୍ ଜଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା।

ଦକ୍ଷିଣ କୋରିଆର ‘ଡେଲି ଏନକେ’ ଓ୍ୱେବସାଇଟର ରିପୋର୍ଟ ଅନୁଯାୟୀ, କିମ ଏପ୍ରିଲ ୧୨ ରେ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କର ଅପରେସନ ହୋଇଛି। ସେ ଏବେ ସୁସ୍ଥ ହେଉଛନ୍ତି। ଉତ୍ତର କୋରିଆର ଜଣେ ବ୍ୟକ୍ତି ନାମ ଗୋପନ ରଖି ଏହି ଖବର ଦେଇଛି ବୋଲି ‘ଡେଲି ଏନକେ’ ରବିବାର କହିଥିଲା।

ନିକଟରେ ଚାଇନାରେ ପରିଚାଳିତ ଏକ ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ କହିଥିଲେ ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଛନ୍ତି। ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ହେଉଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କୀୟ। ଏହି ଖବର ପ୍ରଚାର ହେବା ପରେ ମଧ୍ୟ ଚାଇନା ସରକାର କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ଉତ୍ତର ରଖିନାହାନ୍ତି। ବରଂ କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ସରକାର ଏକ ମେଡିକାଲ ଟିମ ଉତ୍ତର କୋରିଆ ପଠାଇଛନ୍ତି।



from Odisha Reporter https://ift.tt/3bIjAdV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages