ସିଆରପିଏଫ ଏବଂ ପୁଲିସର ମିଳିତ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ସିଆରପିଏଫ ଏବଂ ପୁଲିସର ମିଳିତ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ପୁଲୱାମାର ନେଓ୍ୱା ଅଞ୍ଚଳରେ ସିଆରପିଏଫର ୧୮୩ ବାହିନୀ ଏବଂ ପୁଲିସ୍ କର୍ମଚାରୀଙ୍କ ମିଳିତ ଶିବିର ରହିଛି। ଏହା ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀ ଜଣଙ୍କ ଖସି ପଳାଇଛି। ଆତଙ୍କବାଦୀକୁ ଖୋଜିବା ପାଇଁ ଯବାନ ଓ ପୁଲିସ ଅଧିକାରୀ ମିଳିତ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ଆତଙ୍କବାଦୀ ଶିବିର ଉପରକୁ ଗୁଳି ଚଳାଇବା ବେଳେ ବାହାରେ ଛିଡ଼ା ହୋଇଥିଲେ କନେଷ୍ଟବଳ ଇନ୍ଦ୍ର କୁମାର। ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଆହତ ଯବାନ ଏବେ ହସ୍ପିଟଲାରେ ଚିକିତ୍ସାଧୀନ ରହିଛନ୍ତି। ସିଆରପିଏଫ ଏବଂ ପୁଲିସ ବାହିନୀ ସଂପୃକ୍ତ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ କରୁଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଜମ୍ମୁ-କଶ୍ମୀରର ଶୋପିଆନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଶୋପିଆନର ଡାଇରୋ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଗୁରୁବାର ରାତିରୁ ସିଆରପିଏଫ, ୪୪ ରାଷ୍ଟ୍ରୀୟ ରାଇଫଲ ଓ ଏସଓଜି ଯବାନଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ହୋଇଥିଲା।



from Odisha Reporter https://ift.tt/2VR1KyL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages