ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି; ହେବ ୫ ହଜାର ସାମ୍ପଲ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି; ହେବ ୫ ହଜାର ସାମ୍ପଲ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ରାଜଧାନୀ ଭୁବନେଶ୍ୱର କରୋନାର ହଟସ୍ପଟ୍‌ ହୋଇଥିବାରୁ ଏଠାରେ ବ୍ୟାପକ ଟେଷ୍ଟ କରାଯିବ। ଏଯାବତ ଏଠାରେ ୧୯୫୮ଟି ସାମ୍ପଲ ଟେଷ୍ଟ ହୋଇଛି। ଆଗାମୀ ୭ ଦିନରେ ୫ ହଜାର ସାମ୍ପଲ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ହେଲେ ଭୁବନେଶ୍ୱରର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ଟେଷ୍ଟ ପାଇଁ ଭୁବନେଶ୍ୱରରେ ଲ୍ୟାବ୍‌ର ଅପଗ୍ରେଡେସନ୍‌ ହେବ। ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ସାମ୍ପଲ ସଂଗ୍ରହ କରାଯିବ। ମୋବାଇଲ ଭ୍ୟାନ୍‌ ବୁଲି ମଧ୍ୟ ସାମ୍ପଲ ସଂଗ୍ରହ କରିବ। ତେବେ ୪ଟି ବର୍ଗର ଲୋକଙ୍କୁ ଚୟନ କରାଯାଇ ସାମ୍ପଲ ନିଆଯିବ। ଟ୍ରାଭେଲ ହିଷ୍ଟ୍ରି ଥିବା ଲୋକ ଓ ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ ନିଆଯିବ। ତା’ସହିତ ସ୍ୱାସ୍ଥ୍ୟ କର୍ମୀ, ପୁଲିସ୍ ଓ ପରିମଳ କର୍ମଚାରୀଙ୍କ ସାମ୍ପଲ ଟେଷ୍ଟ ହେବ। ୬୦ ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କର ମଧ୍ୟ ଟେଷ୍ଟ ହେବ।”

ଏଥିସହ ସାମ୍ପଲ ଟେଷ୍ଟ ବେଳେ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ, କହିଛନ୍ତି, ଯାହା ସାମ୍ପଲ ନେବାକୁ ଚୟନ କରାଯିବ, ସେମାନେ ସହଯୋଗ କରିବାକୁ କୁହାଯାଇଛି। ସହଯୋଗ ନକଲେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିବ। ଏଥିରେ ସହଯୋଗ କରିବାକୁ ସାହି, ବସ୍ତି ଓ ପୂଜା କମିଟିଗୁଡ଼ିକୁ କୁହାଯିବ।

ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି ଯେ ଗତକାଲି ରାତି ସୁଦ୍ଧା ରାଜ୍ୟରେ ୭୫୭୭ଟି ସାମ୍ପଲ ଟେଷ୍ଟ ହୋଇଛି। ଗୋଟିଏ ଘରୋଇ ଲ୍ୟାବ୍‌କୁ ମିଶାଇ ମୋଟ ୭ଟି ଲ୍ୟାବ୍‌ରେ ଟେଷ୍ଟ ଚାଲିଛି। ରାଜ୍ୟରେ ମୋଟ ୬୦ଟି ୪୬ଟି ପଜିଟିଭ୍ ଭୁବନେଶ୍ୱରର ହୋଇଥିବାରୁ ଏହାକୁ ହଟ୍‌ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ତେବେ ଲୋକଙ୍କ ସହଯୋଗ ପାଇଁ ୨ ଦିନ ହେଲା ଭୁବନେଶ୍ୱରରେ ସଂଖ୍ୟା ବଢ଼ିନି। ସେହିଭଳି ୩ଟି କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ ଘରକୁ ଘର ବୁଲି ସର୍ଭେ କରାଯାଉଛି।

ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ୭,୫୭୭ ନମୁନା ପରୀକ୍ଷା ହୋଇଛି। ଏଥିରୁ ୭,୫୧୭ ନମୁନାର ରିପୋର୍ଟ ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷରେ  ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪୦ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ରେ ଚିକତ୍ସାଧୀନ ଅଛନ୍ତି।



from Odisha Reporter https://ift.tt/3eqhdyd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages