ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ସମଗ୍ର ଦେଶ ଏକଜୁଟ ହୋଇଛି। କରୋନାର ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ବହୁ ବଡ଼ ବଡ଼ ବ୍ୟକ୍ତିତ୍ୱ ଆଗେଇ ଆସିଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଏଭଳି ବିପଦ ସମୟରେ ଖୋଲା ହୃଦୟରେ ଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ଅକ୍ଷୟ କୁମାର ‘ପିଏମ୍ କେୟାର୍ସ ଫଣ୍ଡ’କୁ ଏପର୍ଯ୍ୟନ୍ତର ସର୍ବାଧିକ ଦାନ କରିଛନ୍ତି। ଏହି ପାଣ୍ଠି ଖୋଲିବା ପରେ ପରେ ପ୍ରଥମ ଅଭିନେତା ଭାବେ ସେ ୨୫ କୋଟି ଟଙ୍କା ଦାନ କରିଥିଲେ। ତେବେ ଏତିକିରେ ଚୁପ୍ ବସି ଯାଇ ନାହାନ୍ତି ଅକ୍ଷୟ। ଏହାପରେ ସେ ମୁମ୍ବାଇ ମହାନଗର ନିଗମକୁ ମଧ୍ୟ ୩ କୋଟି ଟଙ୍କା ସହାୟତା କରିଥିଲେ। ଏବେ ପୁଣିଥରେ ସେ ସାହାଯ୍ୟର ହାତ ବଢ଼ାଇଛନ୍ତି।
Mumbai Police thanks @akshaykumar for contributing Rs. 2 Crore to the Mumbai Police Foundation. Your contribution will go a long way in safeguarding the lives of those who are committed to safeguarding the city – the men and women of Mumbai Police!#MumbaiPoliceFoundation
— CP Mumbai Police (@CPMumbaiPolice) April 27, 2020
ସୂଚନା ଅନୁଯାୟୀ, ଖିଲାଡ଼ୀ କୁମାର ଦେଶର ଏଭଳି କଠିନ ପରିସ୍ଥିତିରେ ନିରନ୍ତର ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ସେ ମୁମ୍ବାଇ ପୁଲିସ୍ ଫାଉଣ୍ଡେସନକୁ ୨ କୋଟି ଟଙ୍କା ଦାନ କରିଛନ୍ତି। ଏହି ସାହାଯ୍ୟ ଯୋଗୁ ମୁମ୍ବାଇ ପୁଲିସ୍ ତାଙ୍କୁ ପ୍ରଶଂସା କରିଛି ଓ ଟ୍ୱିଟ୍ କରି ଧନ୍ୟବାଦ ଦେଇଛି।
ଅକ୍ଷୟ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବାକୁ ମଧ୍ୟ ନିରନ୍ତର ପ୍ରୟାସ କରିଆସୁଛନ୍ତି। ଏହା ବ୍ୟତୀତ ଏଭଳି ପରିସ୍ଥିତିରେ ଲୋକମାନଙ୍କ ମନୋବଳ ବଢ଼ାଇବା ପାଇଁ ସେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଜ୍ୟାକି ଭଗନାନିଙ୍କ ସହ ମିଶି ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଗୀତର ନାଁ ହେଉଛି ‘ମୁସ୍କୁରାଏଗା ଇଣ୍ଡିଆ’।
from Odisha Reporter https://ift.tt/2Sd8E08
No comments:
Post a Comment