ମହାମାରୀ କରୋନା ନିରାପତ୍ତା ପାଇଁ ବିପଦ: ଜାତିସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ମହାମାରୀ କରୋନା ନିରାପତ୍ତା ପାଇଁ ବିପଦ: ଜାତିସଂଘ

ଜାତିସଂଘ: କରୋନା ଭାଇରସ ସମଗ୍ର ବିଶ୍ୱର ସୁରକ୍ଷା ପାଇଁ ବିପଦ। ଆଗାମୀ ଦିନରେ ଆତଙ୍କବାଦୀମାନେ ଏହି ଭାଇରସକୁ ଜୈବିକ ବୋମା ଭାବେ ବ୍ୟବହାର କରିପାରନ୍ତି। ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପରେ ଏଭଳି ମତ ରଖିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ। ଆଗାମୀ ଦିନରେ ଏହି ଭାଇରସ ସାମାଜିକ ଅସ୍ଥିରତା ଏବଂ ହିଂସା ସୃଷ୍ଟି କରିପାରେ। କୋଭିଡ-୧୯ ମହାମାରୀ ସର୍ବପ୍ରଥମେ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି। ଏହାର ପ୍ରଭାବ ମଧ୍ୟ ଅଧିକ ରହିଛି। ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ରକ୍ଷଣାବେକ୍ଷଣ ପାଇଁ ଏହା ବିପଦ ଅଟେ ବୋଲି ସେ କହିଛନ୍ତି।

କରୋନା ଭାଇରସ ଏଯାବତ ୨୦୯ଟି ଦେଶକୁ ବ୍ୟାପିଛି। ହେଲେ ଏଯାବତ ନିରବ ଥିବା ଜାତିସଂଘ ଶେଷରେ ମତ ରଖିଛି। ଗୁରୁବାର ଏହି ବିଶ୍ୱମହାମାରୀ ସମ୍ପର୍କରେ ବୈଠକ କରି ମତ ରଖିଛି। ଏହି ମହାମାରୀରେ ଯେଉଁ ଦେଶ କ୍ଷତିଗ୍ରସ୍ତ ହୋଇଛି ସମସ୍ତଙ୍କୁ ଜାତିସଂଘ ସହଯୋଗ କରିବ। ଏଥିସହ ସମସ୍ତ ଦେଶକୁ ଏକାଠି ହୋଇ କରୋନାର ମୁକାବିଲା କରିବା ପାଇଁ ଗୁଟେରସ ଆହ୍ୱାନ କରିଛନ୍ତି।

ଯେତେବେଳେ ଅଧିକାଂଶ ସରକାରଙ୍କ ଦୃଷ୍ଟି କରୋନା ଭାଇରସ ମହାମାରୀ ଉପରେ ରହିଛି ସେତେବେଳେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ସୁଯୋଗ ଖୋଜୁଥାଇପାରନ୍ତି ବୋଲି ସେ କହିଛନ୍ତି।



from Odisha Reporter https://ift.tt/3aZBM2g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages