କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ HCQS ଟାବେଲଟ୍, N-95 ମାସ୍କ ଏବଂ ଭିଟାମିନ୍ ସି ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା ବେଳେ ସେ ଏହି ଦାବି କରିଛନ୍ତି। ତା’ସହିତ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ପିପିଇ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ କରୋନା ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଦେଶରେ ବହୁ ପରିମାଣର ଗଛିତ ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି, ଦେଶ ପାଇଁ ଆଗାମୀ ଏକ ସପ୍ତାହରେ ୧ କୋଟି ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ୍ ଆବଶ୍ୟକ ରହିଛି। ହେଲେ ଆମ ଦେଶରେ ଏବେ ୩.୨୮ କୋଟି ଟାବ୍‌ଲେଟ୍‌ ମହଜୁଦ୍ ଅଛି। ଯଦି ମାସକ ପାଇଁ ଆକଳନ କରାଯାଏ, ତା’ହେଲେ ଦେଶ ପାଇଁ ୧.୬ କୋଟି ଟାବଲେଟ୍ ଆବଶ୍ୟକ ହେବ। ଦେଶରେ ତା’ଠାରୁ ବି ଅଧିକ ଟାବଲେଟ୍ ରହିଛି ଏହାଛଡ଼ା ବିଭିନ୍ନ ସଂସ୍ଥାକୁ କହି ୨ରୁ ୩ କୋଟି ଟାବଲେଟ ଅତିରିକ୍ତ ପିରମାଣରେ ରଖାଯାଇଛି। ଏଣୁ ଏହାକୁ ନେଇ କେହି ଦ୍ୱନ୍ଦରେ ନ ରହିବାକୁ ଶ୍ରୀ ଅଗ୍ରୱାଲ କହିଛନ୍ତି।

 



from Odisha Reporter https://ift.tt/3cdCR6R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages