ଲଣ୍ଡନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସୋମବାର ଠାରୁ ଆଇସିୟୁରେ ଭର୍ତ୍ତି ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ଠିକ ହେଉଛି। ଏଥିପାଇଁ ଗତକାଲି ରାତିରେ ସେ ଆଇସିୟୁରୁ ବାହାରିଛନ୍ତି। ଆଇସିୟୁରୁ ବାହାରିଥିଲେ ହେଁ ଜନସନ ହସ୍ପିଟାଲରେ ରହିବେ।
ଏନେଇ ବୋରିସଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି। ମୁଖପାତ୍ର ଜଣଙ୍କ କହିଛନ୍ତି, “କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ବୋରିସଙ୍କୁ ରବିବାର ସେଣ୍ଟ ଥୋମାସ ହସ୍ପିଟାଲକୁ ନିଆଯାଇଥିଲା। ଏହାର ୧୦ ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନରେ ରହିଥିଲେ। ସୋମବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ଏଠାରେ ୩ ଦିନ ରହିବା ପରେ ଗତକାଲି ରାତିରେ ସେ ଏଥିରୁ ମୁକୁଳିଛନ୍ତି। ବର୍ତ୍ତମାନ ସେ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଆଇସିୟୁରେ ତାଙ୍କୁ ଅମ୍ଳଜାନ ଦିଆଯାଇଥିଲା। ହେଲେ ତାଙ୍କୁ କୌଣସି ପ୍ରକାରର ଭେଣ୍ଟିଲେଟରରେ ରଖାଯାଇ ନଥିଲା। ଆମର ଆଶା ସେ ଖୁବଶୀଘ୍ର ଠିକ୍ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବେ।”
ବୋରିସ ଜନସନ ଆଇସିୟୁରୁ ବାହାରି ଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ସେ ଶୀଘ୍ର ଠିକ ହୋଇଯାଆନ୍ତୁ ବୋଲି ଟ୍ରମ୍ପ ପ୍ରାର୍ଥନା କରିଛନ୍ତି।
from Odisha Reporter https://ift.tt/2wsJZwM
No comments:
Post a Comment