ନରସିଂହପୁର (ଦିଲୀପ ପଣ୍ଡା): କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗନ୍ତ ସିଂହନାଥ ପୀଠ ନିକଟ ମହାନଦୀରୁ ଗତକାଲି ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଜଗବନ୍ଧୁ ମହାରଣା। ତାଙ୍କ ଘର ବଡମ୍ବା ନିଜିଗଡ଼ରେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ପାଞ୍ଚ ଜଣ ସାଙ୍ଗ ସିଂହନାଥପୀଠକୁ ବୁଲିବାକୁ ଆସିଥିଲେ। ସମସ୍ତେ ମହାନଦୀରେ ଗାଧୋଉଥିବା ବେଳେ ଜଗବନ୍ଧୁ ବୁଡି ଯାଇଥିଲେ। ରାତି ହୋଇଯାଇଥିବାରୁ ବଡମ୍ବା ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି କରି ପାଇ ନଥିଲେ।
ଆଜି ସକାଳେ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଜଗବନ୍ଧୁଙ୍କ ମୃତଦେହ ମହାନଦୀରୁ ଉଦ୍ଧାର କରିଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
from Odisha Reporter https://ift.tt/2S2f6Xw
No comments:
Post a Comment