ନୂଆଦିଲ୍ଲୀ: ତବଲିଗି ଜମାତରେ ଯୋଗ ଦେଇଥିବା ମାଲେସିଆର ୮ ନାଗରିକଙ୍କୁ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ଇମିଗ୍ରେସନ ଅଧିକାରୀ ଅଟକ ରଖିଛନ୍ତି। ଏହି ସମସ୍ତ ନାଗରିକ ମାଲେସିଆର ମାଲିନ୍ଦୋ ବିମାନ ରିଲଫ୍ ବିମାନରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ। ଏହି ବିମାନ ଜରୁରୀ ସାମଗ୍ରୀ ନେଇ ମାଲେସିଆରୁ ଦିଲ୍ଲୀ ଆସିଥିଲା। ୮ ବିଦେଶୀ ବିମାନରେ ଚଢ଼ିବା ପୂର୍ବରୁ ଆଇଜିଆଇ ଇମିଗ୍ରେସନ ଅଧିକାରୀ ଅଟକ ରଖିଥିଲେ। ଏବେ ସମସ୍ତଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି।
ଗତ ମାସରେ ହୋଇଥିବା ନିଜାମୁଦ୍ଦିନ୍ ସ୍ଥିତ ତବଲିଗି ଜମାତରେ ହଜାର ହଜାର ମୁସଲମାନ ସମ୍ପ୍ରଦାୟର ଲୋକ ସାମିଲ୍ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ୧୬ ଅନ୍ୟ ଦେଶର ନାଗରିକ ସାମିଲ୍ ହୋଇଥିଲେ। ସାମିଲ୍ ହୋଇଥିବା ମୁସଲମାନ ସମ୍ପ୍ରଦାୟର ହଜାର ହଜାର ବ୍ୟକ୍ତି ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ନିଜାମୁଦ୍ଦିନକୁ କରୋନାର ହଟସ୍ପଟ ଭାବେ ଘୋଷଣା କରାଯାଇଛି। ନିଜାମୁଦ୍ଦିନ ଘଟଣା ସାମ୍ନାକୁ ଆସିବା ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇଛି। ଦେଶରେ ଏଯାବତ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ ସିଂହଭାଗ ନିଜାମୁଦ୍ଦିନରେ ସାମିଲ୍ ହୋଇଥିବା ବ୍ୟକ୍ତି ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2wg0XhZ
No comments:
Post a Comment