ନୂଆଦିଲ୍ଲୀ: ଦେଶରେ କରୋନା ମୃତକଙ୍କ ସଂଖ୍ୟା ୮୭୨ ଛୁଇଁଛି। ଏବେ ୨୦, ୮୩୫ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ସୁସ୍ଥ ହୋଇ ହସ୍ପଟାଲରୁ ୬୧୮୫ ଜଣ ଡିସଚାର୍ଜ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧,୩୯୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨୪ ଘଣ୍ଟାରେ ୪୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୭୨ରେ ପହଞ୍ଚିଲା: ଆକ୍ରାନ୍ତ ସଂଖ୍ୟା ୨୭, ୮୯୨କୁ ବୃଦ୍ଧି; ୨୦, ୮୩୫ ଚିକିତ୍ସାଧୀନ, ସୁସ୍ଥ ହୋଇ ଡିସଚାର୍ଜ ହେଲେଣି ୬୧୮୫ #CoronaVirus pic.twitter.com/a0fIpkc21X
— Odisha Reporter (@OdishaReporter) April 27, 2020
ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ବଢ଼ୁଛି ହେଲେ ଆରୋଗ୍ୟ ହାର ମଧ୍ୟ ଏବେ ବୃଦ୍ଧି ପାଇଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଥିଲେ ୧୦ ଦିନ ତଳରେ ଦେଶରେ କରୋନାର ଆରୋଗ୍ୟ ହାର ୧୨ ପ୍ରତିଶତ ଥିଲା ଏବେ ୨୨ ପ୍ରତିଶତ ଛୁଇଁଛି। ଏହାର ଅର୍ଥ କରୋନାର ମୁକାବିଲା କରିବାକୁ ଯାଇ କେନ୍ଦ୍ରର ପଦକ୍ଷେପ ସଠିକ୍ ସାବ୍ୟସ୍ତ ହେଉଛି।
ଦେଶରେ ଏବେ ମହାରାଷ୍ଟ୍ର କରୋନାରେ ପ୍ରଥମ ହଟସ୍ପଟ ରହିଥିବା ବେଳେ ଦ୍ୱିତୀୟରେ ଗୁଜରାଟ ରହିଛି। ମେ’ ୩ରେ ଲକଡାଉନ୍ ଅବଧି ଶେଷ ହେଉଛି। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିବାକୁ ଯାଉଛନ୍ତି। କିଭଳି କରୋନାରୁ ଦେଶ ଏକଜିଟ୍ ହେବ ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/3eTZiQv
No comments:
Post a Comment