ପାରଳାଖେମୁଣ୍ଡିରେ କୋଭିଡ୍ ହସ୍ପିଟାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ପାରଳାଖେମୁଣ୍ଡିରେ କୋଭିଡ୍ ହସ୍ପିଟାଲ

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡିରେ କରୋନା ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ଏହି ହସ୍ପିଟାଲ ଆରମ୍ଭ ହୋଇଛି। ଆଜି ଗଜପତି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏହି ହସ୍‌ପିଟାଲଟି ଗଜପତି ଜିଲ୍ଲାବାସୀ ପାଇଁ ଉତ୍ସର୍ଗିତ କରାଯାଇଛି। ଏହା ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ। ଏଥିନିମନ୍ତେ ସମସ୍ତ ଆର୍ଥିକ ସହାୟତା odisha Hydro power corporation Ltd(OHPC) ଦ୍ୱାରା ମିଳିବ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଏହି ହସ୍‌ପିଟାଲରେ ୧୧୦ଟି ଶଯ୍ୟା ରହିଛି। ସେଥିମଧ୍ୟରୁ ୧୦ଟି ଆୟସିୟୁର ବ୍ୟବସ୍ଥା କରାଯାଇଛି।  କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଏଠାରେ  ଚିକିତ୍ସା କରାଯିବ।



from Odisha Reporter https://ift.tt/34lHadw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages