ଯୋଜନା ବିଗାଡ଼ି ଦେଲା ପୋଷା କୁକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

ଯୋଜନା ବିଗାଡ଼ି ଦେଲା ପୋଷା କୁକୁର

ଭୁବନେଶ୍ୱର(ଓଡ଼ିଆ ରିପୋର୍ଟର): ଏବେ ଚାଲିଛି ଲକ୍‌ଡାଉନ୍‌। ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି ଆଉ ସମସ୍ତେ ଘରେ ଅଛନ୍ତି। ଓଲିଉଡ୍ ଷ୍ଟାର୍‌ମାନେ ବି ଘରେ ଦିନ କାଟୁଛନ୍ତି। ତେବେ ସେମାନେ କେମିତି ସମୟ କାଟୁଛନ୍ତି, ତାହା ସୋଶାଲ୍ ମିଡିଆରୁ ଜଣାପଡ଼ିଯାଉଛି। ସେମାନେ ନିଜେ ଭିଡିଓ ଅବା ଫଟୋ ଆଦି ପୋଷ୍ଟ କରୁଛନ୍ତି। ଅନ୍ୟମାନଙ୍କ ଭଳି ବିଦ୍ୟା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ୨ଟି ଭିଡିଓ ପୋଷ୍ଟ କରିଛନ୍ତି। ଏହି ଦୁଇ ଭିଡିଓ ଦେଖିଲେ ଜଣାପଡ଼ୁଛି ଯେ ସେ ଏବେ ଓଡ଼ିଶୀ ନୃତ୍ୟ ଅଭ୍ୟାସ କରି ତାଙ୍କ କୁକୁର ସହିତ ଖେଳି ସମୟ ଅତିବାହିତ କରୁଛନ୍ତି।


ଦିବ୍ୟା ଜଣେ କୁକୁର ପ୍ରେମୀ । ତେବେ ପୋଷ୍ଟ କରିଥିବା ଭିଡିଓରେ ତାଙ୍କ କୁକୁର ତାଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳିଛି। ଦିବ୍ୟା ବି ଲେଖିଛନ୍ତି ଯେ ସେ ଏକ ସୁନ୍ଦର ଭିଡିଓ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପ୍ରିୟ କୁକୁର ସବୁ ବିଗାଡ଼ି ଦେଲା। ତଥାପି ଏହା ଖୁବ୍ ମଜାଳିଆ ହୋଇଛି। ନୁହେଁ କି?


ଏଭଳି ଭିଡିଓ ପୋଷ୍ଟ କରିବା ସହିତ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଦିବ୍ୟା ଲୋକଙ୍କୁ ଘରେ ରହିବାକୁ ଓ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି। ତା’ସହିତ ସଚେତନ ରହିବାକୁ ମଓ୍ୟ ସେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।



from Odisha Reporter https://ift.tt/34dLNGC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages