ଏକାନ୍ତବାସରେ ସାର୍ ଗଙ୍ଗାରାମ ହସ୍ପିଟାଲର ୧୦୮ ଡାକ୍ତର ଓ ନର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

ଏକାନ୍ତବାସରେ ସାର୍ ଗଙ୍ଗାରାମ ହସ୍ପିଟାଲର ୧୦୮ ଡାକ୍ତର ଓ ନର୍ସ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରିବା ବେଳେ ଏବେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ଡାକ୍ତର ଏବଂ ନର୍ସ ଏକାନ୍ତବାସର ସମ୍ମୁଖୀନ ହୋଇଛନ୍ତି। ମୋଟ୍ ୧୦୮ ଜଣ ସ୍ୱାସ୍ଥ୍ୟ କର୍ମୀ ଏବେ ଏକାନ୍ତବାସରେ ରହିଛନ୍ତି। ପୂର୍ବରୁ ଦିଲ୍ଲୀ ଏବଂ ମୁମ୍ବାଇର ଚାରିଜଣ ଡାକ୍ତର ଏବଂ ଦୁଇ ନର୍ସ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଏକାନ୍ତବାସରେ ରହିଥିଲେ।

ଏହି ୧୦୮ ସ୍ୱାସ୍ଥ୍ୟ କର୍ମଚାରୀ ଦୁଇ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏବେ ସେହି ରୋଗୀଙ୍କର କରୋନା ପରୀକ୍ଷା ଦ୍ୱିତୀୟ ଥର ପାଇଁ ହୋଇଛି। ରେଜଲ୍ଚ ପଜିଟିଭ୍ ଆସିଛି। ଡାକ୍ତରଖାନାର ୧୦୮ କର୍ମଚାରୀଙ୍କ ମଧ୍ୟରୁ ୮୫ ଜଣଙ୍କୁ ଘରେ ରଖାଯାଇଥିବା ବେଳେ ଅନ୍ୟ ୨୩ ଜଣଙ୍କୁ ଡାକ୍ତରଖାନାରେ ରଖାଯାଇଛି। ଏବେ ଏକ ଡାକ୍ତରୀ ଟିମ୍ ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ନଜର ରଖିଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇନାହିଁ।

ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇଥିବା ୨ ଜଣ ରୋଗୀ ହସ୍ପିଟାଲକୁ ଆସି ଅନ୍ୟ ରୋଗର ଚିକିତ୍ସା କରାଇଥିଲେ। ହେଲେ କରୋନା ବାବଦରେ କିଛି କହିନଥିଲେ। କିନ୍ତୁ ଡାକ୍ତର କରୋନା ଲକ୍ଷଣ ଥିବା ନେଇ ସନ୍ଦେହ ପ୍ରକାଶ କରି ପରୀକ୍ଷା କରାଇଥିଲେ। ରେଜଲ୍ଚ ପିଜିଟିଭ ଆସିବା ପରେ ଜଣାପଡ଼ିଛି ସେମାନେ କରୋନାରେ ଆକ୍ରାନ୍ତ। ହେଲେ ଅନ୍ୟ ରୋଗର ଚିକିତ୍ସା କରାଇବାକୁ ଆସି ଅନେକ ଡାକ୍ତର ଏବଂ ନର୍ସଙ୍କ ସଂସ୍ପର୍ଶରେ ଆସିଥିଲେ।



from Odisha Reporter https://ift.tt/3dWuC0r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages