ନୂଆଦିଲ୍ଲୀ: ପୁଣି ଗୋଟିଏ ବଡ଼ କ୍ରୀଡ଼ା ଇଭେଣ୍ଟ ଉପରେ ମହାମାରୀ କରୋନାର କୋପ ପଡ଼ିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ମାସରୁ ଭାରତରେ ଆରମ୍ଭ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଫିଫା ଅଣ୍ଡର-୧୭ର କିଛି ମ୍ୟାଚ୍ ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି।
ନଭେମ୍ବର ୨ରୁ ୨୧ ଯାଏ ଭାରତର କୋଲକାତା, ଗୌହାଟୀ, ଭୁବନେଶ୍ୱର, ଅହମଦାବାଦ ଓ ନଭି ମୁମ୍ବାଇରେ ବିଶ୍ୱକପର ମ୍ୟାଚ୍ ଗୁଡ଼ିକ ଖେଳାଯାଇଥାଆନ୍ତା। ୧୬ ଟିମକୁ ନେଇ ଆୟୋଜିତ ବିଶ୍ୱକପରେ ଆୟୋଜକ ଭାରତ ମଧ୍ୟ ରହିଥିଲା। ପ୍ରଥମଥର ପାଇଁ ଭାରତ ଫିଫା ବିଶ୍ୱକପ ଖେଳିବାର ସୁଯୋଗ ପାଇଥିଲା। ହେଲେ କରୋନା ସବୁ କିଛି ଓଲଟପାଲଟ କରିଦେଇଛି।
ଫିଫା କାଉନସିଲ ନିକଟରେ ଫିଫା କନଫଡେରସନ ଗ୍ରୁପ ଗଠନ କରିଥିଲା। ଏହି ଗ୍ରୁପ୍ ମହାମାରୀ କରୋନାର ସ୍ଥିତି ସମୀକ୍ଷା କରିଥିଲା। ଶେଷରେ ବିଶ୍ୱକପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଫିଫା ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ ଏବେ ସାରା ବିଶ୍ୱରେ ବ୍ୟାପିଛି।
ଏଭଳି ସ୍ଥିତିରେ ଅଣ୍ଡର-୧୭ ବିଶ୍ୱକପ ସମ୍ଭବ ନୁହେଁ। ତେଣୁ ଏହାକୁ ସ୍ଥଗିତ ରଖାଯାଉଛି। ବିଶ୍ୱକପ କେବେ ହେବ ନୂଆ ତାରିଖ ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଜଣାଇ ଦିଆଯିବ। ଏହାପୂର୍ବରୁ ଅନେକ କ୍ରୀଡ଼ା କରୋନା ଯୋଗୁ ବନ୍ଦ ହୋଇଥିଲା। ଅଣ୍ଡର-୧୭ ବିଶ୍ୱକପ ପାଇଁ ଆଫ୍ରିକା ଓ ୟୁରୋପରେ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ମଧ୍ୟ କରୋନା ଯୋଗୁ ହୋଇପାରିନାହିଁ। ତେଣୁ ବିଶ୍ୱକପକୁ ସ୍ଥଗିତ ରଖାଯାଉଛି।
from Odisha Reporter https://ift.tt/2RcP57H
No comments:
Post a Comment