ମାଗଣାରେ ହେଉ କରୋନା ପରୀକ୍ଷା: ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ମାଗଣାରେ ହେଉ କରୋନା ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାଗଣାରେ ହେଉ କରୋନା ପରୀକ୍ଷା, ଏଥିପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରନ୍ତୁ। ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରକୁ ଏଭଳି କହିଛନ୍ତି। ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକୁ କୋଭିଡ-୧୯ ପରୀକ୍ଷା ପାଇଁ ଅଧିକ ଟଙ୍କା ନନେବାକୁ କେନ୍ଦ୍ର ସରକାରକୁ କହିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ।

କରୋନା ପରୀକ୍ଷା ମାଗଣା କରାଯାଉ ବୋଲି କୋର୍ଟରେ ଆବେଦନ ହୋଇଥିଲା। ଆଜି ଏହାର ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଯୋଦ୍ଧା ବୋଲି କହିଛନ୍ତି। ଏଥିସହିତ ସେମାନଙ୍କ ସୁରକ୍ଷା ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେତା ଯୋଗ ଦେଇ କହିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସଚେତନ ରହିଛନ୍ତି। ସେମାନଙ୍କର ସୁରକ୍ଷା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ପିପିଇ କିଟ୍ ମଧ୍ୟ ଅଧିକ ଯୋଗାଇବାକୁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି। ଏଥିସହ କରୋନା ସଂକ୍ରମିତ ବ୍ୟକ୍ତି ଯେମିତି ଅଧିକ ଲୋକଙ୍କୁ ପ୍ରଭାବିତ ନକରିବେ ସେଥିପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ଦେଶରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ଡାକ୍ତରଖାନାର ସ୍ୱାସ୍ଥ୍ୟକର୍ମଚାରୀଙ୍କ ଦରମା ନକାଟିବାକୁ କେନ୍ଦ୍ର ସରକାର କହିଛନ୍ତି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2JL9OLL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages