ହ୍ୱାଟ୍‌ସ ଆପରେ ଆରମ୍ଭ ହେଲା କୋଭିଡ୍‌ ହେଲ୍ପ ଡେସ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ହ୍ୱାଟ୍‌ସ ଆପରେ ଆରମ୍ଭ ହେଲା କୋଭିଡ୍‌ ହେଲ୍ପ ଡେସ୍କ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ହ୍ୱାଟ୍‌ସ  ଆପ୍ କୋଭିଡ୍ ହେଲପ୍ ଡେସ୍କ। ଯେଉଁଥିରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କୀତ ସମସ୍ତ ତଥ୍ୟ ମିଳିପାରିବ। ଏହାବ୍ୟତୀତ ଏଥିରେ ଦେଶର ଅନ୍ୟ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବି ତଥ୍ୟ ଉପଲବ୍ଧ ରହିଛି ।

ଏଥିନିମନ୍ତେ ଇଛୁକ ଲୋକେ statedashboard.odisha.gov.inକୁ ଯାଇ ସମସ୍ତ ତଥ୍ୟ ହାସଲ କରିପାରିବେ।ଯଦି, ଆପଣ ଏହି ତଥ୍ୟକୁ ହ୍ୱାଟ୍‌ସ  ଆପରେ  ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ବ୍ୟବସ୍ଥା ବି ରହିଛି।

ହ୍ୱାଟ୍ସଆପ୍ optionକୁ କ୍ଲିକ୍ କରିବା ପରେ ଏହା ଆପଣଙ୍କ ହ୍ୱାଟ୍ସ ଆପ୍ ସହ ସଂଯୋଗ ହେବ।  ଆପଣ HI ପଠାଇବା ପରେ ପରବର୍ତ୍ତୀ ତଥ୍ୟ ଆପଣଙ୍କୁ ମିଳିବ। ଏହାବ୍ୟତୀତ ସିଧାସଳଖ ୯୩୩୭୯ ୨୯୦୦୦ରେ HI ପଠାଇବା ପରେ ମଧ୍ୟ ଆପଣଙ୍କୁ ଏନେଇ ସବୁ ତଥ୍ୟ ମିଳିପାରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସବିଶେଷ ତଥ୍ୟ ଦେଇଛନ୍ତି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଓ ଏହାସହ କଣ୍ଟେନମେଣ୍ଟ, କ୍ୱାରେଣ୍ଟିନ୍ ବ୍ୟବସ୍ଥା ସମ୍ପର୍କରେ ବି ତଥ୍ୟ ଏଥିରୁ ମିଳିପାରିବ ।



from Odisha Reporter https://ift.tt/3azfKT6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages