ଆରପାରିରେ ବଲିଉଡ ଅଭିନେତା ଇରଫାନ ଖାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ଆରପାରିରେ ବଲିଉଡ ଅଭିନେତା ଇରଫାନ ଖାନ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇରଫାନ ଖାନ୍‌ଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା।

ନିକଟରେ ଇରଫାନ ତାଙ୍କ ମା’ ସାଈଦ ବେଗମଙ୍କୁ ହରାଇଥିଲେ। ତେବେ ଦେଶବ୍ୟାପି ଲକଡାଉନ ଯୋଗୁ ସେ ମୁମ୍ବାଇରୁ ଜୟପୁର ଯାଇ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇ ପାରି ନଥିଲେ। ପ୍ରଥମେ ଇରଫାନ ବିଦେଶରେ ଥିବା କୁହାଯାଉଥିଲା। ଏ ସମ୍ପର୍କରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ହେଲେ ସେ ମୁମ୍ବାଇରେ ହିଁ ରହିଥିଲେ ଓ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଥିଲା।

ସେ ଅସୁସ୍ଥ ଥିବାରୁ ଜୟପୁର ଯାଇ ପାରି ନଥିଲେ ଏବଂ ଭିଡିଓ କଲ ଜରିଆରେ ଜୟପୁରରେ ଥିବା ପରିବାର ଲୋକଙ୍କ ସହ କଥା ହୋଇଥିଲେ। ମଙ୍ଗଳବାର  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ମଳଦ୍ୱାର ସଂକ୍ରମଣ ହୋଇଥିଲା ଓ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

୫୩ ବର୍ଷୀୟ ଇରଫାନ ୨୦୧୭ରେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରର ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ। ଏଥିପାଇଁ ସେ ପ୍ରାୟ ଦୁଇ ବର୍ଷ ଧରି ବଲିଉଡରୁ ଦୂରେଇ ରହିଥିଲେ। ସେଠାରୁ ଫେରିବା ପରେ ସେ ‘ଅଗ୍ରେଜୀ ମିଡିୟମ’ର ଶୁଟିଂ କରିଥିଲେ। ଅସୁସ୍ଥତା କାରଣରୁ ସେ ‘ଅଂଗ୍ରେଜୀ ମିଡିୟମ୍‌’ର ପ୍ରମୋସନ୍‌କୁ ମଧ୍ୟ ଯାଇପାରି ନଥିଲେ। ଇର୍‌ଫାନ୍‌ ତାଙ୍କ ପତ୍ନୀ ସୁତପା ସିକ୍‌ଦାର ଓ ଦୁଇ ପୁଅ ବାବିଲ୍ ଏବଂ ଅୟାନ୍‌ ଅଛନ୍ତି।

ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ଇର୍‌ଫାନ ଦିଲ୍ଲୀରେ ଥିବା ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅପ୍‌ ଡ୍ରାମାରେ ଅଭିନୟ ଶିକ୍ଷା କରିଥିଲେ। ଏହାପରେ ୮୦ ଦଶକରେ ସେ ମୁମ୍ବାଇ ଆସି ‘ଚାଣକ୍ୟ’, ‘ବନେଗୀ ଅପ୍‌ନିବାତ୍‌’, ଭାରତ ଏକ ଖୋଜ୍‌, ଏବଂ ଚନ୍ଦ୍ରକାନ୍ତା ଭଳି ଟିଭି ‘ଶୋ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ ୧୯୮୮ରେ ମୀରା ନାୟରଙ୍କ ଫିଲ୍ମ ‘ସଲାମ ବମ୍ବେ’ରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଫିଲ୍ମ। ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି।



from Odisha Reporter https://ift.tt/2Sgi239

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages