ମାଛ ମାର୍କେଟରୁ ୧୦୦ଟି ଗାଡ଼ି ଉଠାଇ ନେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ମାଛ ମାର୍କେଟରୁ ୧୦୦ଟି ଗାଡ଼ି ଉଠାଇ ନେଲା ପୁଲିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ନିୟମ ଭାଙ୍ଗିବା ଅମାନିଆ ଗାଡ଼ି ଚାଳକଙ୍କୁ ମହଙ୍ଗା ପଡ଼ିଛି। ଆଜି ସକାଳେ ୟୁନିଟ ୪ ଓ ପୁରୁଣା ଭୂବନେଶ୍ୱର ଛକ ନିକଟରୁ ୧୦୦ଟି ଗାଡ଼ିକୁ ପୁଲିସ୍ ଉଠାଇ ନେଇଛି। ଏହାସହ ୧୫ରୁ ଅଧିକ ବାଇକ୍‌ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଛି।
ଅନ୍ୟପଟେ ୟୁନିଟ-୮ ଅଞ୍ଚଳର ମାଛ ବଜାରରେ ଲୋକଙ୍କ ଗହଳି ଥିବା ସ୍ୱତ୍ତେ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ମାଛ କିଣୁଥିଲେ।
‘କରୋନା’ ମୁକାବିଲା ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍‌ ଧରି ଆସିବାକୁ ମନା କରାଯାଇଛି। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଗ୍ରାହକ ବାଇକ୍ ଧରି ବଜାରକୁ ପରିବା ଓ ମାଛ,ମାଂସ କିଣିବାକୁ ଆସୁଛନ୍ତି। କମିଶନରେଟ ପୁଲିସ ବାରମ୍ବାର ବାରଣ କରିବା ସତ୍ତ୍ୱେ ଲୋକେ ଗାଡ଼ି ନେଇ ଆସୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ସୁସ୍ଥ ହୋଇଛନ୍ତି ଓ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ବିଭିନ୍ନ ହସ୍‌ପିଟାଲରେ ଚିକତ୍ସାଧୀନ ଅଛନ୍ତି।



from Odisha Reporter https://ift.tt/2xmf3Po

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages