ମୋଦିଙ୍କୁ ଟୁଇଟରରେ ଅନଫଲୋ କଲା ହ୍ୱାଇଟ୍ ହାଉସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ମୋଦିଙ୍କୁ ଟୁଇଟରରେ ଅନଫଲୋ କଲା ହ୍ୱାଇଟ୍ ହାଉସ୍

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଭାରତକୁ ଆମେରିକା ଆମେରିକା ମାଗିଥିଲା ହାଇଡ୍ରୋକ୍ସ କ୍ଲୋରୋକୁଇନ୍। ଔଷଧ ମିଳିବା ପରେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟୁଇଟରରେ ଫଲୋ କରିଥିଲା। ଏବେ ହ୍ୱାଇଟ୍ ହାଉସ ଅନଫଲୋ କରିଦେଇଛି। ମୋଟ୍ ଛଅ ଜଣଙ୍କୁ ଅନଫୋଲ କରିଛି ହ୍ୱାଇଟ୍ ହାଉସ। ଯେଉଁମାନଙ୍କ ମଧ୍ୟରେ ମୋଦି ଏବଂ ରାଷ୍ଟ୍ରପତି କୋବିନ୍ଦ ରହିଛନ୍ତି। ମାତ୍ର ତିନି ସପ୍ତାହ ଫଲୋ କରିବା ପରେ ହ୍ୱାଇଟ୍ ହାଉସ କତ୍ତୃପକ୍ଷ ଅନଫଲୋ କରିଛି।

ଏହାବାଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ଆମେରିକାରେ ଥିବା ଭାରତୀୟ ଦୂତାବାସ, ଭାରତରେ ଥିବା ଆମେରିକାର ଦୂତାବାସ ଏବଂ ଭାରତରେ ଥିବା ଆମେରିକାର ରାଜଦୂତ କେନ ଜଷ୍ଟର ରହିଛନ୍ତି।

ସାରା ବିଶ୍ୱରେ କରୋନା ଦୌରତ୍ମ୍ୟ ଦେଖାଉଛି। ଏବେ ଆମେରିକା କରୋନାର ହଟସ୍ପଟ ରହିଛି। ଦଶ ଲକ୍ଷରୁ ଅଧିକ ଆମେରିକାରେ ଏହି ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି। ପ୍ରାଣରକ୍ଷା ପାଇଁ ଭାରତକୁ ଆମେରିକା ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ମାଗିଥିଲା। ଆଉ ମାନବିକତା ଆଧାରରେ ଭାରତ ମଧ୍ୟ ଏହି ଔଷଧ ଦେଇଥିଲା। ଏହାପରେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ ପ୍ରଥମ ଥର ପାଇଁ କୌଣସି ଅନ୍ୟ ଦେଶର ନେତାଙ୍କୁ ଫଲୋ କରିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଥିଲେ। HCQ ମିଳିବା ପରେ ଟ୍ରମ୍ପ କହିଥିଲେ ଭାରତ ପାଖରେ ଆମେରିକା ଋଣୀ। ଭାରତର ଏଭଳି ସହଯୋଗକୁ ଆମେରିକା କେବେ ଭୁଲିବନାହିଁ।

ସୂଚନାଯୋଗ୍ୟ,  ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କୁ ତାଙ୍କର ପ୍ରକୃତ ବନ୍ଧୁ ବୋଲି କୁହନ୍ତି। ବିଦେଶର ବିଭିନ୍ନ ମଞ୍ଚରେ  ଆମେରିକାର ‘ହାଓ୍ୱଡି ମୋଦି’ କାର୍ଯ୍ୟକ୍ରମ ହେଉ କି ଗୁଜରାଟର ‘ନମସ୍ତେ ଟ୍ରମ୍ପ; କାର୍ଯ୍ୟକ୍ରମରେ ମୋଦିଙ୍କୁ ଏବଂ ତାଙ୍କ ନେତୃତ୍ୱକୁ ଟ୍ରମ୍ପ ପ୍ରଶଂସା କରିଥିଲେ।



from Odisha Reporter https://ift.tt/2WaMI6K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages