କରୋନା ରୋଗୀ ସନ୍ଦେହରେ ଆକ୍ରମଣ, ଯୁବକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

କରୋନା ରୋଗୀ ସନ୍ଦେହରେ ଆକ୍ରମଣ, ଯୁବକ ମୃତ

ଥାନେ: କରୋନା ରୋଗୀ ସନ୍ଦେହରେ ଜଣେ ୩୪ ବର୍ଷୀୟ ଯୁବକଙ୍କୁ କିଛି ଲୋକ ଆକ୍ରମଣ କରିଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ଯୁବକ ଜଣଙ୍କ ଚେଷ୍ଟା କରୁଥିବା ବେଳେ ନାଳରେ ପଡ଼ି ଶେଷରେ ତାଙ୍କର ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରର କଲ୍ୟାଣ ସହରରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି। କରୋନା ପାଇଁ ଲକଡାଉନ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଗଣେଶ ଗୁପ୍ତା କିଛି ଜରୁରୀ ସାମଗ୍ରୀ କିଣିବାକୁ ବାହାରକୁ ଆସିଥିଲେ। ତେବେ ସେ ପୁଲିସକୁ ଦେଖି ଅନ୍ୟ ବାଟରେ ଯିବାକୁ ଚାହିଁଥିଲେ। ବାଟରେ ଚାଲିଚାଲି ଯାଉଥିବା ବେଳେ ହଠାତ ତାଙ୍କର କାଶ ହୋଇଥିଲା।

ଏହା ଦେଖି କିଛି ଲୋକ ତାଙ୍କୁ କରୋନା ହୋଇଥିବା ସନ୍ଦେହ କରିଥିଲେ। ସମସ୍ତେ ମିଳିତ ଭାବେ ଗଣେଶଙ୍କୁ ଆକ୍ରମଣ କରିଥିଲେ। ଏଥିରୁ ବର୍ତ୍ତିବା ପାଇଁ ସେ ଚେଷ୍ଟା କରୁଥିବା ବେଳେ ହଠାତ୍‌ ନିକଟରେ ଥିବା ନାଳରେ ସେ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2Y1zNGQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages