ହେଡ କନଷ୍ଟେବଲଙ୍କୁ କରୋନା, କ୍ୱାରେଣ୍ଟାଇନରେ ୧୧ ପୁଲିସ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

ହେଡ କନଷ୍ଟେବଲଙ୍କୁ କରୋନା, କ୍ୱାରେଣ୍ଟାଇନରେ ୧୧ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଏବେ ସୁରକ୍ଷାକର୍ମୀମାନେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଗତକାଲି ୯ ଜଣ ସିଆରପିଏଫ ଯବାନ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଜଣେ କନଷ୍ଟେବଲଙ୍କ ଶରୀରରେ ଏହି ଭୂତାଣୁ ଠାବ ହୋଇଛି। ଦିଲ୍ଲୀର ଅଲୀପୁର ପୁଲିସ୍ ଷ୍ଟେସନର ହେଡ କନଷ୍ଟେବଲ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସହ କାମ କରୁଥିବା ୧୧ ଜଣ କର୍ମଚାରୀଙ୍କ ପ୍ରତି ସଂକ୍ରମଣର ଆଶଙ୍କା ବଢ଼ିଛି।

ଏହି କାରଣରୁ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। କିଛି ଦିନ ହେବ ହେଡ କନଷ୍ଟେବଲଙ୍କ ଶରୀରରେ ଫ୍ଲୁର ଲକ୍ଷଣ ଦେଖାଦେଇଥିଲା। ଏହି କାରଣରୁ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ କରୋନା ଟେଷ୍ଟ କରାଯାଇଥିଲା।

ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କାମ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ସେହିପରି ସମଗ୍ର ପୁଲିସ୍‌ ଷ୍ଟେସନକୁ ସାନିଟାଇଜ କରାଯାଇଛି।



from Odisha Reporter https://ift.tt/2Y1HsoC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages