ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବନମାଳୀପୁର ଫାଣ୍ଡି ଅଧିକାରୀଙ୍କ ଦାଦାଗିରିର ଝଲକ ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ।
ବିଚ୍ ରାସ୍ତାରେ ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟି ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ସହିତ ସର୍ଭିସ୍ ରିଭଲଭର ମୁଣ୍ଡରେ ଲଗାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରଲ ହୋଇଛି ।
ଏହି ଘଟଣାଟି କେବେ ସଂଘଠିତ ହୋଇଥିଲା ତାହା ଜଣାପଡ଼ିନି। ପୁଲିସ ଅଧିକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣକ ଏନେଇ କୋଉଠି ଅଭିଯୋଗ କରିଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ସୂଚନା ମିଳିନି ।
କମିଶନର ପୁଲିସର ଜଣେ ଆଡିସନାଲ ଡିସିପି ବା ଡିଏସ୍ପି ରାଙ୍କର ଜଣେ ଅଧିକାରୀ ଘଟଣାର ତଦନ୍ତ କରିବେ ବୋଲି ଜଣାପଡ଼ିଛି।
ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବନମାଳୀପୁର ଫାଣ୍ଡି ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଲକ୍ଡାଉନ୍ ନିୟମକୁ ଉଲ୍ଲଘଂନ କରିଥିବାରୁ ସେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
from Odisha Reporter https://ift.tt/3bBRnFF
No comments:
Post a Comment